1234
ସୁନ୍ଦରଗଡ(ବିଜୟ ବରୁଆ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ଦଳ। ସୁନ୍ଦରଗଡରେ ବିଜେପିର ହେଭିୱେଟ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମ୍ ଓ ବିଧାୟକ ପ୍ରାର୍ଥିନୀ କୁସୁମ ଟେଟେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ହେମଗିରି ବ୍ଲକର ବିଲେଇମୁଣ୍ଡା ଏବଂ ଲେଫ୍ରିପଡ଼ା ବ୍ଲକର ଦର୍ଲିପାଲିଠାରେ ବିଜେପି ପକ୍ଷରୁ ରୋଡ ଶୋ କରାଯିବା ସହ ବାଇକ ରାଲି ଏବଂ ସାଧାରଣ ସଭା ଆୟୋଜନ କରାଯାଇଛି। ଉଭୟେ ପ୍ରଥମେ ଦର୍ଲିପାଲି ଅଞ୍ଚଳର ପ୍ରସିଦ୍ଧ ମା’ ଚନ୍ଦଳୀ ପିଠରେ ଦର୍ଶନ କରିଥିଲେ। ପରେ ଦର୍ଲିପାଲି ଯାଏ ବିଶାଳ ବାଇକ ରାଲିରେ ଯାଇ ସାଧାରଣ ସଭାରେ ଯୋଗଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1234_1626759341.jpg)