Advertisment

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାୟଗଡ଼ା: ରିୟଲିଟି ସୋ ଆମେରିକାସ୍ ଗଟ୍ ଟାଲେଣ୍ଟରେ କିମିଆଁ କରୁଛନ୍ତି ଜଣେ ଓଡ଼ିଶା ପୁଅ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସୁମନ୍ଥ ନିଜ ନୃତ୍ୟକଳାର ଜଲୱା ଦେଖାଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ଆମେରିକାସ୍ ଗଟ୍ ଟାଲେଣ୍ଟର କ୍ୱାର୍ଟର ଓ ସେମି ଫାଇନାଲରେ ହିପ୍ ହପ୍ ଏବଂ ସାଲସା ଡ୍ୟାନ୍ସ ପ୍ରଦର୍ଶନ କରି ଫାଇନାଲକୁ ଯାଇଛନ୍ତି ସୁମନ୍ଥ। କୋଲକାତାର ତାଙ୍କ ପୁରୁଣା ପାର୍ଟନର ସୋନାଲିଙ୍କ ସହ ମିଶି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି। ୨୦୧୨ରେ ଇଣ୍ଡିଆସ ଗଟ୍ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

bad-saalasa

ରାୟଗଡ଼ା: ରିୟଲିଟି ସୋ ଆମେରିକାସ୍ ଗଟ୍ ଟାଲେଣ୍ଟରେ କିମିଆଁ କରୁଛନ୍ତି ଜଣେ ଓଡ଼ିଶା ପୁଅ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସୁମନ୍ଥ ନିଜ ନୃତ୍ୟକଳାର ଜଲୱା ଦେଖାଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ଆମେରିକାସ୍ ଗଟ୍ ଟାଲେଣ୍ଟର କ୍ୱାର୍ଟର ଓ ସେମି ଫାଇନାଲରେ ହିପ୍ ହପ୍ ଏବଂ ସାଲସା ଡ୍ୟାନ୍ସ ପ୍ରଦର୍ଶନ କରି ଫାଇନାଲକୁ ଯାଇଛନ୍ତି ସୁମନ୍ଥ।

Advertisment

publive-image

କୋଲକାତାର ତାଙ୍କ ପୁରୁଣା ପାର୍ଟନର ସୋନାଲିଙ୍କ ସହ ମିଶି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି। ୨୦୧୨ରେ ଇଣ୍ଡିଆସ ଗଟ୍ ଟାଲେଣ୍ଟରେ ଚମ୍ପିଆନ୍ ହୋଇଥିଲେ ସୁମନ୍ଥ-ସୋନାଲି ଯୋଡ଼ି। ତାପରଠୁ ଆଉ ଉଭୟେ ପଛକୁ ଚାହିଁ ନାହାଁନ୍ତି। ଏବେ ଅନ୍ତର୍ଜାତୀୟସ୍ତରର ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ ଆମେରିକାସ୍ ଗଟ୍ ଟାଲେଣ୍ଟରେ ସୁମନ୍ଥ-ସୋନାଲି ଯୋଡ଼ି ଚର୍ଚ୍ଚାରେ।

India's 'BAD Salsa' Leaves America's Got Talent Judges Awestruck Again, Wins Ticket To Finale

ତେବେ ଆଗକୁ ଯିବାକୁ ହେଲେ କେବଳ ଆମେରିକାରେ ରହୁଥିବା ବ୍ୟକ୍ତି ହିଁ ଭୋଟିଂ କରିପାରିବେ। ତେଣୁ ଆଗାମୀ ଏପିସୋଡରେ ସେମାନଙ୍କ ପରଫର୍ମାନ୍ସକୁ ଦେଖି ଆମେରିକାରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟଙ୍କୁ ଭୋଟିଂ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Advertisment
Advertisment
Advertisment