biden
ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ଲାବାଲ ଇନ୍ଫ୍ରାଷ୍ଟକ୍ଚର ପ୍ରୋଜେକ୍ଟ ’ବିଲ୍ଡ ବେକ୍ ବେଟର’ ପ୍ଲାନ୍ର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରୋଜେକ୍ଟ ଚୀନ୍ର ବେଲ୍ଟ ଆଣ୍ଡ ରୋଡ ପ୍ରୋଜେକ୍ଟରକୁ କାଉଣ୍ଟର କରିବା ପାଇଁ ବୋଲି କୁହାଯାଉଛି। ଭାରତ ମଧ୍ୟ ଏହି ଗ୍ଲୋବାଲ ଇନ୍ଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ବିବିବି ଉପରେ ବିଚାର କରିବା ପାଇଁ କୁହାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି, ଆମେରିକା ରାଷ୍ଟ୍ରପତିଙ୍କ ବିବିବି ପ୍ରୋଜେକ୍ଟ ପୂର୍ବରୁ ସବିଶେଷ ଅନୁଧ୍ୟାନ କରାଯିବ। ଏହା ପରେ ଭାରତ ଏହି ପ୍ରୋଜେକ୍ଟରେ ସାମିଲ ହବ। ଯଦି ଦୁନିଆର G-7 ଦେଶ ସବୁ ଏହି ଦିଗରେ ଆଗକୁ ବଢିବ । ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଇଲାକାକୁ ନିଜ ଦଖଲକୁ ଆଣିବାକୁ ଚାହୁଁଥିବା ଚୀନକୁ ଏକ ବଡ ଝଟ୍କା ଲାଗିବ।
ମିଡିଆ ସହ ଆଲୋଚନା କରି ବିଦେଶ ମନ୍ତ୍ରାଳୟ ଅଧିକାରୀ ପି. ହର୍ଷ କହିଛନ୍ତି, ବିଲ୍ଡ ବେକ ବେଟରକୁ ନେଇ ଭାରତ ତାର ଏଜେନ୍ସି ମାଧ୍ୟମରେ ଏହାର ପ୍ରଭାବ ଆକଳନ କରିବ। ଏହା ପରେ ଏହି ଯୋଜନାରେ ଦେଶ ସାମିଲ ହୋଇପାରେ। ତେବେ ବାଇଡେନଙ୍କ ଏହି ପ୍ରସ୍ତବ ପରେ ଚୀନର ବେଲ୍ଟ ଆଣ୍ଡ ରୋଡ ପ୍ରୋଜେକ୍ଟ ନେଇ ଏହାର ସହଯୋଗୀ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଗଲାଣି ଯେ, ସେମାନେ ଚୀନର ଏହି ଏହି ଯୋଜନାରେ ରହିବେ ନା ଓହରି ଆସି ବିବିବିରେ ସାମିଲ ହେବେ । କାରଣ କାରଣ ବିଆରଆଇ ପ୍ରକଳ୍ପ ଜରିଆରେ ସେହି ଦେଶମାନଙ୍କରେ ରୋଜଗାର ଦେବାରେ ସକ୍ଷମ ହୋଇନି ବେଜିଂ। ତେଣୁ ଚାଇନାକୁ ବୟକଟ କରି ବିବିବିରେ ସାମିଲ ହେବା ନେଇ ଚିନ୍ତନ ଆରମ୍ଭ କରିଛନ୍ତି ବିଆରଆଇରେ ସାମିଲ ହୋଇଥିବା ଦେଶ।
ଯାହା ବି ହେଉ, ଏହି ବିବିବି ପ୍ରୋଜେକ୍ଟର ନେତୃତ୍ୱ ଦୁନିଆର ବଡ ବଡ ଗଣତାନ୍ତ୍ରିକ ଦେଶ ନେବେ। ଏହା ବ୍ୟତୀତ ଟେକ୍ନୋଲଜି ଏବଂ ଆର୍ଥିକ ସହାୟତା ମଧ୍ୟ ଏହି ସବୁ ଦେଶ ଯୋଗାଇ ଦେବ। ଏହି ପ୍ରୋଜେକ୍ଟରେ ୪୦ ଟ୍ରିଲିୟନ ଆମେରିକୀ ଡଲାର ଖର୍ଚ୍ଚ ଆକଳନ କରାଯାଇଛି। କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ଦେଶକୁ ଏହି ଯୋଜନାରେ ଅଧିକ ଫୋକସ୍ କରାଯିବ। ଏହି ଯୋଜନାରେ ସ୍ଥାନୀୟ ଲୋକଙ୍କ ଆତ୍ମନିର୍ଭରଶୀଳତା ବଢିବ ବୋଲି ଆଶା କରାଯାଉଛି।
ରବିବାର G-7 ଦେଶ ସମୂହର ବୈଠକ ପରେ ପ୍ରଧାନମନ୍ତ୍ରୀ ପିଏମ ମୋଦି କହିଛନ୍ତି, ଏହି ଯୋଜନା କିପର ପ୍ରଭାବଶାଳୀ ହୋଇପାରିବ ଏବଂ କିପରି ଅଧିକ ପାରଦର୍ଶିତାର ସହ ସମ୍ପାଦନ କରିହେବ ସେ ନେଇ ବିଶ୍ୱର ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶ ସବୁ ଏହା ଉପରେ ବିଚାରବିମର୍ଷ କରିବା ଉଚିତ। ମୋଦି କହିଛନ୍ତି, ଭାରତ ଆତଙ୍କବାଦ, ଭ୍ରଷ୍ଟାଚାର ଏବଂ ଆର୍ଥିକସଙ୍କଟକୁ ନେଇ ଦେଖା ଦେଇଥିବା ସମସ୍ୟାରୁ ଗଣତନ୍ତ୍ର ଏବଂ ବିଚାରଶକ୍ତିର ସ୍ୱତନ୍ତ୍ରତାକୁ ରକ୍ଷା ପାଇଁ ସବୁବେଳେ G-7 ଏବଂ ତାର ସହଯୋଗୀ ରାଷ୍ଟ୍ର ପାଇଁ ସହଯୋଗୀ ହୋଇ ରହିବ । ଏହି ବୈଠକରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ୟୁକେ, ୟୁଏସ ନେତା ଯୋଗ ଦେଇଥିଲେ। ଏଥି ସହ ନିମନ୍ତ୍ରିତ ଦେଶ ଭାବେ ଯାଇଥିବା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ମଧ୍ୟ ସାମିଲ ହୋଇଥିଲେ।
ସୂଚନାଥାଉ କି, ଚୀନର ବିଆରଆଇ ପ୍ରକଳ୍ପକୁ ଭାରତ ଆରମ୍ଭକରୁ ଅଗ୍ରାହ୍ୟ କରିଦେଇଛି। ଅନ୍ୟପକ୍ଷେ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ଭଳି ଦେଶ ଏହି ଯୋଜନାରେ ସାମିଲ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/biden_1623664459.jpg)