Advertisment

ଲଭ୍‌ ଷ୍ଟୋରୀ ଶେଆର କଲେ ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରପୋଜ କରିଥିବା ଭାରତୀୟ ଯୁବକ

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଲଭ୍‌ ଷ୍ଟୋରୀ ଶେଆର କଲେ ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରପୋଜ କରିଥିବା ଭାରତୀୟ ଯୁବକ

youth proposed girl friend

ନୂଆଦିଲ୍ଲୀ: ଯଦିଓ ଭାରତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା, ହେଲେ ଜଣେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏହି ମ୍ୟାଚ୍‌ ସବୁଦିନ ପାଇଁ ସ୍ମରଣୀୟ ହୋଇଯାଇଛି। ଲାଇଭ୍‌ ମ୍ୟାଚ୍‌ ଚାଲିଥିବା ସମୟରେ ଭାରତୀୟ ଯୁବକ ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କୁ ପ୍ରପୋଜ କରି ସମସ୍ତଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ପାଲଟି ଥିଲେ।

Advertisment

ମେଲବୋର୍ଣ୍ଣରେ ରହୁଥିବା ଭାରତର ଦୀପେନ୍‌ ମଣ୍ଡାଲିୟା ମ୍ୟାଚ୍‌ ଚାଲୁଥିବା ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରୋଜ୍‌‌ ୱିମ୍ବୁଶ୍‌ଙ୍କୁ ପ୍ରପୋଜ କରିଥିଲେ ଓ ସେ ମଧ୍ୟ ତାଙ୍କୁ ୟେସ୍‌ କହିଥିଲେ‌। ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ଏଭଳି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କୁ ସ୍ତବ୍ଧ କରି ଦେଇଥିଲା।

୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଲଭ୍‌ ଷ୍ଟୋରୀକୁ ଦୀପେନ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ରୋଜ୍‌ଙ୍କ ସହ କେମିତି ତାଙ୍କର ଭେଟ ହୋଇଥିଲା ଓ ଏହାପରେ କେମିତି ଆରମ୍ଭ ହେଲା ଭଲ ପାଇବା ଏସବୁ ଦୀପେନ ସୋସିଆଲ ମିଡିଆରେ ଶେଆର କରିଛନ୍ତି।

Advertisment

ଦୀପେନ ୩ଟି ଫଟୋ ପୋଷ୍ଟ କରି ଲେଖିଛନ୍ତି, ତୁମେ ମୋ ଜୀବନରେ ରଙ୍ଗ ଭରି ଦେଇଛ। ଦୁଇ ବର୍ଷ ପୂର୍ବେ, ମୁଁ ମେଲବୋର୍ଣ୍ଣକୁ ଶିଫ୍ଟ ହୋଇଥିଲି ଓ ସେଠାରେ ଏକ ଛୋଟ ଆପାର୍ଟମେଣ୍ଟରେ ଘର ନେଇ ରହିଥିଲି। ଏହାପରେ ମୋର ଜୀବନ ବଦଳି ଯାଇଥିଲା। ସେଇ ଘରେ ମୋ ପୂର୍ବରୁ ରୋଜ୍‌‌ ୱିମ୍ବୁଶ୍ ନାମକ ଜଣେ ମହିଳା ଭଡ଼ାରେ ରହୁଥିଲେ। ତାଙ୍କର କିଛି ଚିଠି ମୋତେ ମିଳିଥିଲା। ଏହାପରେ ମୁଁ ତାଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲି। ଫେସ୍‌ବୁକ୍‌ରେ ସର୍ଚ୍ଚ କରି ତାଙ୍କୁ ପାଇଥିଲି। ସେବେଠୁ ଆମ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଆମେ ପ୍ରଥମେ କଫି ପିଇବାକୁ ଯାଇଥିଲୁ ଓ ଏହାପରେ ଡିନରରେ ଆମର ଭେଟ ହୁଏ। ରୋଜ୍‌ ପଶ୍ଚିମ ସିଡ୍‌ନୀର। ସେ ମେଲବୋର୍ଣ୍ଣରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତି।

ଦୀପେନ‌-ରୋଜ୍‌ ହେଉଛନ୍ତି ବହୁତ ବଡ଼ କ୍ରିକେଟ ପ୍ରେମୀ‌। ଦୀପେନ ଭାରତୀୟ କ୍ରିକେଟ ଟିମ୍‌ର ବଡ଼ ପ୍ରଶଂସକ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଟିମ୍‌ର ପ୍ରଶଂସକ ହେଉଛନ୍ତି ରୋଜ୍‌।

ଦୀପେନ କହିଛନ୍ତି, ‘ଯେତେବେଳେ ଆମର ପ୍ରଥମଥର ଦେଖା ହେଲା, ଆମେ କ୍ରିକେଟ ସମ୍ପର୍କରେ କଥା ହୋଇଥିଲୁ। ଏହାପରେ ମୋତେ ଲାଗିଲା ଯେ ପ୍ରପୋଜ କରିବା ପାଇଁ ଏହା ହେଉଛି ଠିକ୍‌ ସମୟ ଓ  ଲାଇଭ୍‌ ମ୍ୟାଚ୍‌ରେ ରୋଜ୍‌ଙ୍କୁ ପ୍ରପୋଜ୍ କରିଥିଲି।’

ଲାଇଭ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରେ ଦେଖିବାକୁ ମିଳିଥିଲା, ଜଣେ ଭାରତୀୟ ଯୁବକ ଆଣ୍ଠୁ ମାଡ଼ି ବସି ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି। ଯୁବକ ଜଣକ ଏକ ମୁଦି‌ ଧରି ଯୁବତୀଙ୍କୁ ପ୍ରପୋଜ କରିଥିଲେ ଓ ଯୁବତୀ ଜଣକ ମଧ୍ୟ ତାଙ୍କୁ ୟେସ୍‌ କହିଥିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ତାଳି ମାରି ଉଭୟଙ୍କୁ ପ୍ରେମୀ ଯୁଗଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରାଯାଇଥିଲା। ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା।

Advertisment
Advertisment