/odishatv-khabar/media/post_attachments/uploadimage/library/16_9/16_9_0/cccc_1623676525.jpg)
Hyedrabad
ହାଇଦ୍ରାବାଦ୍: ସୋସିଆଲ ମିଡ଼ିଆ ଜରିଆରେ ପୁଣି ଜଣଙ୍କ ଜୀବନ ବଂଚିଯାଇଛି। ଏହି ଘଟଣା ଆପଣ ବିଶ୍ୱାସ କରିପାରୁନଥିବେ ହେଲେ କିନ୍ତୁ ଏହା ପୂରା ସତ। ସୂଚନା ଅନୁସାରେ, କେବଳ ସୋସିଆଲ ମିଡ଼ିଆ ଜରିଆରେ ହିଁ ମିଳିଗଲା ବିଶ୍ୱର ସବୁଠାରୁ ଦାମୀ ଔଷଧ। ଆଉ ଏହାର ସିଧାସଳଖ ଲାଭ ପାଇଛି ଜଣେ ଛୋଟ ପିଲା। କ୍ରାଉଡ୍ ଫଣ୍ଡି ଜରିଆରେ ଏହି ଟଙ୍କା ଆଦାୟ ହୋଇପାରିବାରୁ କୁନି ପିଲା ଅୟାଂଶ ଗୁପ୍ତାର ଜୀବନ ବଂଚିଯାଇଛି।
ହାଇଦ୍ରାବାଦର ଯୋଗେଶ ଗୁପ୍ତା ଓ ରୁପାଲ୍ ଗୁପ୍ତାଙ୍କ ତିନି ବର୍ଷର ପୁଅ ଆୟାଂଶ ସ୍ପାଇନାଲ୍ ମସ୍କୁଲାର ଆଟ୍ରପି(ଏସ୍ଏମ୍ଏ) ନାମକ ଏକ ବିରଳ ଆନୁବଂଶିକ ରୋଗରେ ପୀଡ଼ିତ ଥିଲେ। ଏହି ରୋଗ ହେଲେ ମାଂସପେଶୀଗତ ଦୁର୍ବଳତା ଦେଖା ଦେଇଥାଏ। ଧୀରେ ଧୀରେ ଏହା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ । ସାଧାରଣତଃ ପ୍ରତି ୧୦ ହଜାରରେ ଜଣେ ଶିଶୁ ଏହି ରୋଗରେ ପୀଡ଼ିତ ହୋଇଥାନ୍ତି। ଭାରତରେ ଏହି ପ୍ରକାର ରୋଗୀ ପାଖାପାଖି ୮୦୦ ଜଣ ଅଛନ୍ତି। ଏହି ରୋଗର ଏକମାତ୍ର ଜିନ୍ ଚିକିତ୍ସା ହେଉଛି ଜୋଲ୍ଗେଂଜ୍ମା ନାମକ ବିଶ୍ୱର ସବୁଠୁ ଦାମୀ ଇଞ୍ଜେକ୍ସନ। ଆଉ ତାହାର ଦାମ୍ ୧୬ କୋଟି ଟଙ୍କା ରହିଛି।
ତିନି ବର୍ଷର ପୁଅ ଆୟାଂଶ ଏହି ବିରଳ ରୋଗରେ ପୀଡିତ ହେବା ପରେ ବାପା ଯୋଗେଶ ଗୁପ୍ତା ମା’ ରୁପାଲ୍ଙ୍କ ଆଖିରୁ ନିଦ ହଜିଯାଇଥିଲା। ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ? ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ତ ଅସମ୍ଭବ। ତେବେ ତାଙ୍କ ଆଖି ଆଗରେ କୁନି ପୁଅ ଆୟାଂଶ କ’ଣ ଜୀବନ ଯୁଦ୍ଧରେ ହାରିଯିବ ! ଲକ୍ଷେ କି ଦୁଇ ଲକ୍ଷ ନହେଁ , ୧୬ କୋଟି ଟଙ୍କାର ଇଞ୍ଜେକସନ୍ କେମିତି ଯୋଗାଡ କରିବେ ସେ ? ଏପରି ବିପତ୍ତି ସମୟରେ କାମରେ ଆସିଥିଲା ସୋସିଆଲ ମିଡ଼ିଆ । ସୋସିଆଲ ମିଡ଼ିଆ ଜରିଆରେ ଆରମ୍ଭ ହୋଇଥିଲା ଅଭିଯାନ ଅୟାନ୍ସ। ସୋସିଆଲ ମିଡ଼ିଆ ଜରିଆରେ ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ମାତ୍ର କେଇଟା ଦିନରେ ତାଙ୍କୁ ପାଖାପାଖି ୧୬ କୋଟି ଟଙ୍କାର ଆର୍ଥିକ ସହାୟତା ମିଳି ଯାଇଥିଲା।
ସେପଟେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜଣକ କହିଥିଲେ, ଏହି ରୋଗ ବହୁତ କମ ପିଲାଙ୍କୁ ହୋଇଥାଏ। ଆଉ ସଠିକ୍ ସମୟରେ ଚିକିତ୍ସା ହୋଇ ପାରୁନଥିବାରୁ ଅନେକଙ୍କ ଜୀବନ ବି ଯାଇଥାଏ। ସେ ଯାହା ବି ହେଉ, ସୋସିଆଲ ମିଡ଼ିଆ ଜରିଆରେ ଏହି ଖବର ଭାଇରାଲ ହେବା ପରେ ତାଙ୍କୁ ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିଛନ୍ତି ଏବଂ ଆୟାଂଶ ଚିକିତ୍ସା ଆଜି ସମ୍ଭବ ହୋଇପାରିଛି। ଭଗବାନ ଦୟାରୁ ଆୟାଂଶ ଶୀଘ୍ର ସୁସ୍ଥ ହେଉ, ଦୀର୍ଘାୟୁ ହେଉ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)