Advertisment

ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାରାଣସୀରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଦେବ ଦୀପାବଳି ମୋହତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀର ରାଜଘାଟ ଯାଇ ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଙ୍ଗା ନଦୀରେ ଏକ ସ୍ୱତନ୍ତ୍ର ଅଳତୀର ଆୟୋଜନ କରାଯାଇଥିଲା। ଦେବ ଦିପାବଳୀ ଉତ୍ସବ ଅବସରରେ ଗଙ୍ଗା ନଦୀର ଉଭୟ ପାର୍ଶ୍ୱରେ ୧୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ଦୀପ ଜଳି ଉଠିବା ପରେ ରଙ୍ଗୀନ ହୋଇ ଉଠିଥିଲା ଗଙ୍ଗାନଦୀର ବିଭିନ୍ନ […]

ଅଦ୍ୟତନ ହୋଇଛି
ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

3

Advertisment

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାରାଣସୀରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଦେବ ଦୀପାବଳି ମୋହତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀର ରାଜଘାଟ ଯାଇ ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କରିଛନ୍ତି।

Advertisment

ଏହି ଅବସରରେ ଗଙ୍ଗା ନଦୀରେ ଏକ ସ୍ୱତନ୍ତ୍ର ଅଳତୀର ଆୟୋଜନ କରାଯାଇଥିଲା। ଦେବ ଦିପାବଳୀ ଉତ୍ସବ ଅବସରରେ ଗଙ୍ଗା ନଦୀର ଉଭୟ ପାର୍ଶ୍ୱରେ ୧୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।

ଲକ୍ଷ ଲକ୍ଷ ସଂଖ୍ୟାରେ ଦୀପ ଜଳି ଉଠିବା ପରେ ରଙ୍ଗୀନ ହୋଇ ଉଠିଥିଲା ଗଙ୍ଗାନଦୀର ବିଭିନ୍ନ ଘାଟ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥଙ୍କ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ଦୋମରି ଘାଟରୁ ଲଳିତା ଘାଟକୁ ନୌକା ଯୋଗେ ଯାଇ ଲଳିତା ଘାଟ ବୁଲି ଦେଖିଥିଲେ। ଏହି ଅବସରରେ ମୋଦି ଆଜି କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପର ସମୀକ୍ଷା କରିବା ସହ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ