Advertisment

କେମିତି ଦୋଷୀ ସାବ୍ୟସ୍ତ ହେବ ବିବନ?

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ କମିଶନରେଟ୍ ପୋଲିସ୍ ଧରି ଆଣିବା ପରେ ଏବେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି। କେମିତି ତାକୁ ଦୋଷୀ ସାବ୍ୟସ୍ତ କରୁଛି ଏବଂ ଅଞ୍ଜନାଙ୍କ ଷଡ଼ଯନ୍ତ୍ର ଥିଓରି ଉପରୁ ରହସ୍ୟ ଉନ୍ମୋଚନ କରୁଛି?

author-image
Sarbeswar
କେମିତି ଦୋଷୀ ସାବ୍ୟସ୍ତ ହେବ ବିବନ?

anjana

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ କମିଶନରେଟ୍ ପୋଲିସ୍ ଧରି ଆଣିବା ପରେ ଏବେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି। କେମିତି ତାକୁ ଦୋଷୀ ସାବ୍ୟସ୍ତ କରୁଛି ଏବଂ ଅଞ୍ଜନାଙ୍କ ଷଡ଼ଯନ୍ତ୍ର ଥିଓରି ଉପରୁ ରହସ୍ୟ ଉନ୍ମୋଚନ କରୁଛି? ଏପଟେ ଆଜି ସିବିଆଇ ଟିମ୍ ଆଜି ପୋଲିସ କମିଶନରଙ୍କୁ ସାକ୍ଷାତ କରି ଆଲୋଚନା କରିଥିବାବେଳେ ଘଟଣା ପରଠୁ ବିବନ ସହ ତାଙ୍କର କୌଣସି ସଂପର୍କ ନଥିବା କହିଛନ୍ତି ବିବନର ପତ୍ନୀ ଗୀତାଞ୍ଜଳି

Advertisment

ଜଣେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ଅନ୍ୟଜଣେ ତତ୍କାଳୀନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍ ରାଏଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି। ସେଇମାନଙ୍କ ଇଙ୍ଗିତରେ ହିଁ ତାଙ୍କ ସହ ଏତେ ବଡ଼ ଅମାନୁଷିକ କାଣ୍ଡ ଘଟାଇଥିଲେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି। ଏଠି ପ୍ରଶ୍ନ ଯାହାଙ୍କ ନାଁ ଅଞ୍ଜନା ବାରମ୍ବାର ନେଉଛନ୍ତି ସେ ଦୁହେଁ ଏବେ ଆରପାରିରେ। ତେଣୁ ଏଠାରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ଯେ, କେମିତି ଷଡ଼ଯନ୍ତ୍ର ଥିଓରୀକୁ ଆଗକୁ ବଢ଼ାଇବ ସିବିଆଇ?

ସେପଟେ ଅଞ୍ଜନା ମିଶ୍ର କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତର ରାଜନୈତିକ ସମ୍ପର୍କ ମଜଭୁତ ଥାଇପାରେ। ନଚେତ୍‌ ଏତେ ବଡ଼ ଘଟଣା ଘଟିଲା ସେ ରାଜ୍ୟ ବାହାରକୁ କେମିତି ପଳାଇଗଲା? ଏବେ ସବୁ ପ୍ରମାଣ ରହିଛି, ତେଣୁ ଦୋଷୀ ସାବ୍ୟସ୍ତ ରହିବ।

Advertisment

ସେପଟେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, ଏ ଘଟଣାରେ ବିବନ ମୁଖ୍ୟ ଅଭିଯୁକ୍ତ ଥିଲା। ଘଟଣା ପରେ ସେ ଫେରାର ହେବା ପଛରେ ନିଶ୍ଚିୟ ତାକୁ କେହି ନା କେହି ସାହାଯ୍ୟ କରିଥିବେ। କିନ୍ତୁ କିଏ ସାହାଯ୍ୟ କରିଛନ୍ତି ତାହା ମୁଁ କହିପାରିବି ନାହିଁ।

ଏପଟେ ପ୍ରତିକ୍ରିୟା ରଖିଛନ୍ତି ସିବିଆଇର ସ୍ୱତନ୍ତ୍ର ଓକିଲ ଚନ୍ଦ୍ର। ସେ କହିଛନ୍ତି ଯେ, ଆମେ ପୋଲିସ ସହ କିଛି ଗୁପ୍ତ କଥା ହୋଇଛୁ। ତାହା ଗଣମାଧ୍ୟମ ଆଗରେ କହିହେବ ନାହିଁ।

୨୨ବର୍ଷ ପରେ ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଠୁ ଏ ରହସ୍ୟ ଓଗାଳି ପାରିବ ତ? ତାହା ସହ ବିବନ ଭଳି ଜଣେ ସାମାନ୍ୟ ଅପରାଧୀ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଅନାୟସରେ ଫେରାର ହେବା ଓ ୨୨ବର୍ଷ ଧରି ଆରାମରେ ଲୁଚି ରହିବା ଘଟଣାକୁ ବି ସହଜରେ ଗ୍ରହଣ କରିପାରି ନାହାନ୍ତି ଅଞ୍ଜନା। ସେ କହିଛନ୍ତି ତା ପଛରେ ବି ଥିଲା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ। ଏଣେ ଗତକାଲି ପୋଲିସ୍ କମିଶନର ବି ବିବନକୁ ଫେରାର୍ କରାଇବାରେ ପଛରେ କୌଣସି ପ୍ରଭାବଶାଳୀଙ୍କ ଭୂମିକା ନେଇ ଇଙ୍ଗିତ କରିଥିଲେ। ଖାସ୍ କରି ମହାରାଷ୍ଟ୍ରରେ ସେ ନାଁ ବଦଳାଇ ରହିବା ପଛରେ କାହାର ଭୂମିକା ରହିଛି ? ସେ ସବୁ ଦିଗର ବି ହେବ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।

ସେପଟେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୋଲିସ କମିଶନରଙ୍କୁ ଆଜି ଭେଟିଛନ୍ତି ସିବିଆଇର ଦୁଇ ଅଧିକାରୀ। ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଅନୁମାନ କରାଯାଉଥିଲେ ବି ଏନେଇ କିନ୍ତୁ ସ୍ପଷ୍ଟ ସୂଚନା ଦେଇନି ସିବିଆଇ। ତେଣେ ବିବନକୁ ଖୁବଶୀଘ୍ର ସିବିଆଇ ରିମାଣ୍ଡରେ ନେଇପାରେ ଓ ଟିଆଇ ପରେଡ୍ ମଧ୍ୟ କରିବା ସୂଚନା ମିଳୁଛି। ଏଥିସହ ସବୁ ପୁରୁଣା ପ୍ରମାଣକୁ ଏକାଠି କରି ବିଚାର ପ୍ରକ୍ରିୟାକୁ ବି ଆଗକୁ ନେବାକୁ ଉଦ୍ୟମ କରାଯିବ।

ଏପଟେ ବିବନଙ୍କ ପତ୍ନୀ ଗୀତାଞ୍ଜଳି କହିଛନ୍ତି, ୧୯୯୯ ପରଠାରୁ ସ୍ୱାମୀଙ୍କ ସହ ତାଙ୍କର ଆଦୌ ସଂପର୍କ ନାହିଁ। ସ୍ୱାମୀ ଟଙ୍କା ପଇସା ପଠାଉଥିବା କଥା ମିଛ। ମୃତ୍ୟୁ ପ୍ରମାଣପତ୍ର ତାଙ୍କ ସ୍ୱାମୀଙ୍କର ନୁହେଁ ବରଂ ଶ୍ୱଶୁରଙ୍କର ସଂଗ୍ରହ ପାଇଁ ଚେଷ୍ଟା କରୁଥିଲୁ ବୋଲି କହିଛନ୍ତି ଗୀତାଞ୍ଜଳି।

ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ସହ କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ

Anjana Mishra Case
Advertisment
Advertisment