Advertisment

ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି। କରୁଣାନିଧିଙ୍କ ଶରୀରର ପ୍ରମୁଖ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁନି। ଗତକାଲି ସନ୍ଧ୍ୟାରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି। ଶରୀରର ପ୍ରମୁଖ ଅଙ୍ଗ ଠିକ୍ ଭାବେ କାମ କରୁନଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । କରୁଣାନିଧିଙ୍କ ଚିକିତ୍ସା ବର୍ତ୍ତମାନ ପାଇଁ ଡାକ୍ତରଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ବୋଲି ବୁଲେଟିନରେ […]

author-image
Otv Khabar Bureau
ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

Karuna

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି। କରୁଣାନିଧିଙ୍କ ଶରୀରର ପ୍ରମୁଖ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁନି। ଗତକାଲି ସନ୍ଧ୍ୟାରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି।

Advertisment

ଶରୀରର ପ୍ରମୁଖ ଅଙ୍ଗ ଠିକ୍ ଭାବେ କାମ କରୁନଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । କରୁଣାନିଧିଙ୍କ ଚିକିତ୍ସା ବର୍ତ୍ତମାନ ପାଇଁ ଡାକ୍ତରଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ବୋଲି ବୁଲେଟିନରେ ଦର୍ଶାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଏହି ଘଟଣା ପରେ କାବେରୀ ହସ୍ପିଟାଲ୍ ସମ୍ମୁଖରେ କରୁଣାନିଧିଙ୍କ ପ୍ରଂଶସକଙ୍କ ଭିଡ଼ ବଢ଼ିବାରେ ଲାଗିଛି। କାଲି ରାତି ସାରା ହସ୍ପିଟାଲ୍ ବାହାରେ ଲୋକେ ଜମି ରହିଥିଲେ। ଘଟଣାକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

୯୪ ବର୍ଷୀୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୮ରୁ ତାମିଲନାଡୁର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Advertisment
Advertisment
Advertisment