/odishatv-khabar/media/post_attachments/uploadimage/library/16_9/16_9_0/ctc-loot-case-1_1626437847.jpg)
ctc loot case
କଟକ: ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଝାଡିଲେ। ଏପରି ଅଭିନୟ ଢଙ୍ଗରେ ଟଙ୍କା ଲୁଟ୍ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।
କଟକ ଆହ୍ଲାବାଦ୍ ବ୍ୟାଙ୍କ ସାମ୍ନାରୁ ୨୭ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ଲୁଟ୍ରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୬ ଲକ୍ଷ ୪୮ ହଜାର ଟଙ୍କା ଉଦ୍ଧାର କରିଛି ପୋଲିସ।
ଲୁଟ୍ ନେଇ ଏତଲା ଦେଇଥିବା ନଳିନୀକାନ୍ତ ତ୍ରିପାଠୀ ହିଁ ମୁଖ୍ୟ ଲୁଟେରା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ।
ନଳିନୀକାନ୍ତ ହେଉଛନ୍ତି ଟଙ୍କା ଲୁଟ୍ ହୋଇଥିବା ଏକ ଘରୋଇ ସଂସ୍ଥାର କର୍ମଚାରୀ। ଗତ ମାସ ୩୧ତାରିଖରେ ସେ ଚାକିରି କରୁଥିବା କମ୍ପାନୀର ଟଙ୍କା ଆହ୍ଲାବାଦ ବ୍ୟାଙ୍କରୁ ଉଠାଇ ଆସୁଥିଲେ। ବ୍ୟାଙ୍କ ବାହାରେ ତାଙ୍କଠାରୁ ଦୁର୍ବୃତ୍ତ ଟଙ୍କା ଲୁଟିନେଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଦୁର୍ବୃତ୍ତ ବାଇକ୍ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇ ପଳାଇଥିବା ଅଭିଯୋଗ କରିଥିଲେ ନଳିନୀକାନ୍ତ। ହେଲେ ଏବେ ପୋଲିସ ଜାଣିବାକୁ ପାଇଛି ଲୁଟ୍ ନାଟକ ରଚନାର ମୁଖ୍ୟ ହେଉଛନ୍ତି ନଳିନୀକାନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)