Advertisment

ଡିଜାଇନ୍ ମାଗିଲେ ସରକାର

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ବିକାଶ ତଥା ପୁରୀକୁ ହେରିଟେଜ୍ କରିଡର କରିବା ନିମନ୍ତେ ଚୂଡ଼ାନ୍ତ ଡିଜାଇନ୍ ( ସ୍ଥାପତ୍ୟ ଯୋଜନା) ସମ୍ପର୍କରେ ମତାମତ ଦେବାକୁ ରାଜ୍ୟ ସରକାର ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା ଆର୍କିଟେକଚରାଲ୍ ପ୍ଲାନକୁ ଲୋକାର୍ପିତ କରିଥିଲେ। ଏହି ଆର୍କିଟେକଚରାଲ ପ୍ଲାନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜାନୁୟାରୀ ୧୫ ତାରିଖ ସୁଦ୍ଧା ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି […]

author-image
Pradesh Pratyush
ଡିଜାଇନ୍ ମାଗିଲେ ସରକାର

puri design

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ବିକାଶ ତଥା ପୁରୀକୁ ହେରିଟେଜ୍ କରିଡର କରିବା ନିମନ୍ତେ ଚୂଡ଼ାନ୍ତ ଡିଜାଇନ୍ ( ସ୍ଥାପତ୍ୟ ଯୋଜନା) ସମ୍ପର୍କରେ ମତାମତ ଦେବାକୁ ରାଜ୍ୟ ସରକାର ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା ଆର୍କିଟେକଚରାଲ୍ ପ୍ଲାନକୁ ଲୋକାର୍ପିତ କରିଥିଲେ। ଏହି ଆର୍କିଟେକଚରାଲ ପ୍ଲାନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜାନୁୟାରୀ ୧୫ ତାରିଖ ସୁଦ୍ଧା ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଚିଠା ଯୋଜନାକୁ ଲୋକାର୍ପଣ କରିବା ସହ ଆସନ୍ତା ୧୫ ତାରିଖ ମଧ୍ୟରେ ଜନସାଧାରଣ ଯେଉଁ ପ୍ରସ୍ତାବ ଦେବେ ତାକୁ ତର୍ଜମା କରାଯାଇ ଚୂଡ଼ାନ୍ତ ଆର୍କିଟେଚରାଲ ପ୍ଲାନ୍ ଫେବୃୟାରୀ ମାସରେ ପ୍ରକାଶିତ ହେବ। ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଜମି ଦେଇଛନ୍ତି, ସେମାନଙ୍କ ନାମ ମଧ୍ୟ ଏହି ଐତିହ୍ୟ କରିଡ଼ରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନ ପାଇବ। ଐତିହ୍ୟ କରିଡ଼ର ପାଇଁ ଅଧିଗ୍ରହଣ କରାଯାଇଥିବା ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡ କରାଯିବ। ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ତା’ର ଚତୁପାଶ୍ୱର୍ରେ ୭୫ ମିଟର ପର୍ଯ୍ୟନ୍ତ ଖାଲି କରାଯାଇ ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଆଜି ଲୋକାର୍ପିତ ହୋଇଥିବା ଚିଠା ଆର୍କିଟେକଚରାଲ ପ୍ଲାନ୍ କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ ଅଟେ।

ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା, ମଝିରେ ବିଶ୍ରାମ ନେବାର ସୁବିଧା, ଯାତ୍ରୀଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ। ମୁକ୍ତାକାଶ ଢ଼ାଞ୍ଚାରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ। ଯାତ୍ରୀମାନଙ୍କୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ଓ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଅବଗତ କରାଯିବାର ବ୍ୟବସ୍ଥା ହେବ। ଶ୍ରୀମନ୍ଦିରର ସୁରକ୍ଷା ଓ ପରିଚାଳନା ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଏସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀମାନଙ୍କୁ ଅର୍ପଣ କରିବାକୁ ସ୍ଥିର ହୋଇଛି। ଏହି ବୈଠକରେ ବହୁ ମନ୍ତ୍ରୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

Advertisment
Advertisment