Advertisment

ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଆଉ ସପ୍ତାହେ ପାଇଁ ଲକଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ମେ ୨୪ ସକାଳ ୫ଟା ଯାଏ ଲକଡାଉନ୍‌ କଟକଣା ବଳବତ୍ତର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍

delhi

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଆଉ ସପ୍ତାହେ ପାଇଁ ଲକଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ମେ ୨୪ ସକାଳ ୫ଟା ଯାଏ ଲକଡାଉନ୍‌ କଟକଣା ବଳବତ୍ତର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

Advertisment

କେଜ୍ରିୱାଲ କହିଛନ୍ତି, ଲକଡାଉନ୍‌ ଯୋଗୁ ଭଲ ରିକଭରି ହେଉଥିବା ଦେଖିବାକୁ ମିଳିଛି। କରୋନା କେସ ମଧ୍ୟ ହ୍ରାସ ପାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଉ ସପ୍ତାହେ ପାଇଁ ଲକଡାଉନ୍‌ ବୃଦ୍ଧି କରାଯାଉଛି। ଦିଲ୍ଲୀରେ ଆସନ୍ତା ସୋମବାର ସକାଳ ୫ଟା ଯାଏ ଲକଡାଉନ୍‌ କଟକଣା ବଳବତ୍ତର ରହିବ ।

Advertisment

ଶୁକ୍ରବାର ଦିଲ୍ଲୀରେ ୮,୫୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମାସକ ପରେ ୧ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶନିବାର ଦିନ ଦିଲ୍ଲୀରେ ୬,୪୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲକଡାଉନ୍‌ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା କମିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି।

ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖାଯାଉଛି । ଅନ୍ୟପଟେ ଦକ୍ଷିଣ ଭାରତରେ କିନ୍ତୁ କରୋନା ସଂକ୍ରମଣ ଶୀର୍ଷରେ ରହିଛି । କେରଳ ଓ କର୍ଣ୍ଣାଟକ ସମେତ ପୂରା ଦକ୍ଷିଣ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

Advertisment
Advertisment