Advertisment

'ସଫଳ ହେବନି ଡ୍ରାଗନର ଚାଲ୍'

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ LACରେ ଚାଲିଥିବା ଉତ୍ତେଜନାକୁ ନେଇ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି। ଚୀନ୍ ସହ ଚାଲିଥିବା ଉତ୍ତେଜନା ମାମଲାରେ ବିରୋଧୀ ଲଗାତର ସରକାରଙ୍କଠାରୁ ଜବାବ ମାଗିଆସୁଛନ୍ତି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜନାଥ ସିଂ। ରାଜନାଥ କହିଛନ୍ତି, ଭାରତ ସୀମାରେ ଶାନ୍ତି ଚାହେଁ। ସୀମା ବିବାଦ କିପରି ସମାଧାନ ହେବ ସେ ନେଇ ଭାରତ ସର୍ବଦା ଚେଷ୍ଟା କରୁଛି। ଭାରତ ଓ ଚୀନ ସୀମାରେ ବିବାଦ ଏବେ […]

author-image
Ranjeet Kumar Jena
'ସଫଳ ହେବନି ଡ୍ରାଗନର ଚାଲ୍'

rajnath

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ LACରେ ଚାଲିଥିବା ଉତ୍ତେଜନାକୁ ନେଇ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି। ଚୀନ୍ ସହ ଚାଲିଥିବା ଉତ୍ତେଜନା ମାମଲାରେ ବିରୋଧୀ ଲଗାତର ସରକାରଙ୍କଠାରୁ ଜବାବ ମାଗିଆସୁଛନ୍ତି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜନାଥ ସିଂ। ରାଜନାଥ କହିଛନ୍ତି, ଭାରତ ସୀମାରେ ଶାନ୍ତି ଚାହେଁ। ସୀମା ବିବାଦ କିପରି ସମାଧାନ ହେବ ସେ ନେଇ ଭାରତ ସର୍ବଦା ଚେଷ୍ଟା କରୁଛି। ଭାରତ ଓ ଚୀନ ସୀମାରେ ବିବାଦ ଏବେ ଯାଏ ସମାଧାନ ହୋଇନି। ଏପରିକି ଚୀନ ସମାଧାନ ଚାହୁଁନି।

Advertisment

ରାଜନାଥ କହିଛନ୍ତି, ସୀମାରେ ଚୀନ ନିଜ ସୈନ୍ୟ ସଂଖ୍ୟାକୁ ଜାଣିଶୁଣି ବୃଦ୍ଧି କରୁଛି। ଉତ୍ତର ପାଙ୍ଗଙ୍ଗରେ ବିଶେଷ ଭାବେ ଅନୁପ୍ରବେଶ କରୁଛି। ହେଲେ ଡ୍ରାଗନର ଚାଲକୁ ସଫଳ କରିବାକୁ ଦିଆଯିବନି। LACରେ ଚୀନ୍ ଏକତରଫା ପଦକ୍ଷେପ ନେଉଛି। ଏହାସହ ଚୀନ ବାରମ୍ବାର ହିଂସ୍ର ଆଚରଣ କରି ପୂର୍ବ ଶାନ୍ତି ଚୁକ୍ତିକୁ ଉଲ୍ଲଙ୍ଘନ କରଛି। ହେଲେ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ବୀର ଯବାନ।

ଯେଉଁଠି ଧୈର୍ଯ୍ୟ ଆବଶ୍ୟକ ସେଠି ବେଶ୍ ଅଭିଜ୍ଞତାର ସହ ପ୍ରଦର୍ଶନ କରୁଛନ୍ତି ଯବାନ। ଏବଂ ଯେଉଁଠି ପରାକ୍ରମ ସେଠି ବୀରତ୍ୱର ପରିପ୍ରକାଶ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା ନିହାତି ଦରକାର। ଏଥିପାଇଁ ଭାରତ ସର୍ବଦା ପ୍ରଚେଷ୍ଟା କରୁଥିବା ଲୋକସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେପଟେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି କଂଗ୍ରେସ।

Advertisment
Advertisment
Advertisment