/odishatv-khabar/media/post_attachments/uploadimage/library/16_9/16_9_0/crocodile_1626690730.jpg)
crocodile
କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ଗାଁରେ କୁମ୍ଭୀର ଆତଙ୍କ। ନଦୀ ବନ୍ଧରେ ଥିବା କୁମ୍ଭୀର ଏବେ ରାଜ ରାସ୍ତାକୁ ଆସିବା ଫଳରେ ଲୋକେ ଭୟଭୀତ। ଗତ ଦୁଇ ଦିନ ହେଲାଣି ୪ଟି କୁମ୍ଭୀର ସେହି ଅଚଳରେ ଡେରା ପକାଇଛନ୍ତି। ନିକଟସ୍ଥ ଗାଁ ପୋଖରୀକୁ ଖାଦ୍ୟ ଅନ୍ୱେଷଣରେ ଆସି ରାସ୍ତା ଉପରକୁ ଚାଲି ଆସିଥିଲେ।
Advertisment
ଏହି ସମୟରେ ଗାଡ଼ି ଚାପାରେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁମ୍ଭୀର ପୋଖରୀରେ ଥିବା ଲୋକେ ଅଭିଯୋଗ କରିଛନ୍ତି । ଗାଁରେ କୁମ୍ଭୀର ଥିବା ନେଇ ଅଭିଯୋଗ କଲେ ବି ବନ ବିଭାଗ ଏନେଇ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।
ସେପଟେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ କର୍ମଚାରୀମାନେ ସେହି ଅଞ୍ଚଳରେ ପଇଁତରା ମାରିବା ସହ କାବୁ କରିବା ପାଇଁ ଚେଷ୍ଟା ଜାରି ରହିଥିବା କହିଛନ୍ତି ଜୟପୁର ଡିଏଫ୍ଓ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)