/odishatv-khabar/media/post_attachments/uploadimage/library/16_9/16_9_0/cp-1_1626689001.jpg)
cp
ଭୁବନେଶ୍ୱର : ପୁଲିସ କମିଶନର-ବିଜେଡି ମଧ୍ୟରେ ବଢୁଛି ବିବାଦ। ସିପି ସୁଧାଂଶୁ ଷଡ଼ଙ୍ଗୀଙ୍କ ମନ୍ତବ୍ୟକୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସମାଲୋଚନା ପରେ ତେଜିଛି ରାଜନୀତି। ତେବେ କାହିଁକି ପୁଲିସ କମିଶନରଙ୍କ ମନ୍ତବ୍ୟକୁ ବିରୋଧ କଲା ବିଜେଡି? CPଙ୍କ ଉପରେ ବିପଦ ରହିଛି କି? ଏଣେ ବିବାଦ ବଢ଼ିବା ପରେ ଆଉ ମୁହଁ ଖୋଲୁ ନାହଁନ୍ତି ଲେନିନ୍। ସେପଟେ ପୁଅ ରୋଷେଇ ଶିଖନିଥିଲେ ଝିଅମାନେ ବାହା ନହେବା ଉଚିତ୍ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି।
ପୁଲିସ କମିଶନରଙ୍କ ମନ୍ତବ୍ୟକୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ବିରୋଧ ପରେ ବଢୁଛି ବିବାଦ। ତେଜୁଛି ରାଜନୀତି । ଜୋରଦାର ହୋଇଛି ବୟାନ୍ବାଜି। ତେବେ କାହିଁକି ପୋଲିସ୍ କମିଶନରଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ବିରୋଧ କଲା ବିଜେଡି ? ଏହା ପଛରେ କଣ ରହିଛି କାରଣ ? ଲେନିନ୍ଙ୍କ ସମାଲୋଚନା ପଛରେ ବିଜେଡିର ଅନୁମୋଦନ ଅଛି ନା ଏହା କେବଳ ତାଙ୍କ ନିଜସ୍ୱ ମତ ?
ହେଲମେଟ ନପିନ୍ଧି ରାଲି କରିଥିବା ବିଜେଡି କର୍ମୀଙ୍କ ଉପରେମୀର୍ଯ୍ୟାନୁଷ୍ଠାନ ନେଇ କମିଶନରଙ୍କ ଟୁଇଟ୍ ପରେ ରାଗ ସୁଝାଇବା ପାଇଁ ଲେନିନଙ୍କ ମନ୍ତବ୍ୟ କି ନା ମହିଳା ଏସ୍ପିଓ ଗଠନ ? ସର୍ବଦା ଆକ୍ସନ୍ ମୁଡ୍ରେ ରହୁଥିବା ସିପି ଓ ଅନେକ ଅଭିନବ ପଦକ୍ଷେପ ପାଇଁ ପୁଲିସ କମିଶନଙ୍କ ବଢୁଥିବା ଲୋକପ୍ରିୟତା ପାଓ୍ୱାର କରିଡରରେ କାହାକୁ ହଜମ ହେଲାନି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିପିଙ୍କୁ ଅଙ୍କୁଶ ଲାଗାଇବା ପାଇଁ ଲେନିନ୍ ମୋହରା ବନି ନୁାହାଁନ୍ତି ତ ? ଏସବୁ ଚର୍ଚ୍ଚା ଭିତରେ ବିଜେପି କହିଛି ଭଲ କାମକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ବିଜେଡି ଅଯଥାରେ ହସ୍ତକ୍ଷେପ କରୁଛି। ସେପଟେ ପୁଲିସ କମିଶନରଙ୍କୁ ମନ୍ତବ୍ୟକୁ ସମର୍ଥନ କରିଛି କଂଗ୍ରେସ। ତେବେ ସଂପୂର୍ଣ୍ଣ ଘଟଣାରେ ଲେନିନ୍ ଆଉ ମୁହଁ ଖୋଲୁନଥିବାବେଳେ ବିଜେଡି ନେତାମାନେ ମଧ୍ୟ ଏହି ପ୍ରସଙ୍ଗକୁ ଏଡାଇବାକୁ ଉଦ୍ୟମ କରିଛନ୍ତି।
ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବିଜେଡିର ଦଳୀୟ ମୁଖପାତ୍ର ମହିଳା ଏସ୍ପିଓ ଗଠନକୁ ସମାଲୋଚନା କଲା ବେଳେ ଦଳ କିନ୍ତୁ ଏଯାଏଁ କିଛି ସ୍ପଷ୍ଟୀକରଣ ଦେଇନି। ସେପଟେ ପୁଅ ରୋଷେଇ ଶିଖନଥିଲେ ଝିଅମାନେ ବାହା ନହେବା ଉଚିତ ବୋଲି ପୁଲିସ କମିଶନର ଦେଇଥିବା ମନ୍ତବ୍ୟକୁ ନେଇ ବି ଭିନ୍ନ ଭିନ୍ନ ରୋକ ମତ ପ୍ରକାଶ ପାଇଛି। ତେବେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କିନ୍ତୁ ପୁଲିସ କମିଶନରଙ୍କ ମନ୍ତବ୍ୟ ସହ ଏକମତ ହୋଇ ନାହାଁନ୍ତି ।
ଏବେ ଅପେକ୍ଷା ପୁଲିସ କମିଶନରଙ୍କୁ ବିଜେଡି ମୁଖପାତ୍ରଙ୍କ ସମାଲୋଚନା ଏତିକିରେ ସମୀତି ରହୁଛି, ନା ଏହା ଆଗକୁ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପୃଷ୍ଠଭୂମି ଯୋଗାଉଛି ତାହା ଦେକିବାର ବାକି ରହିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)