Advertisment

ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ?

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ? ଏହାକୁ କରୋନାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ, ଏବେ ସୁଦ୍ଧା ଭାରତର ମୁଖ୍ୟତଃ ୪ଟି ରାଜ୍ୟରେ ୪୦ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ…

ଅଦ୍ୟତନ ହୋଇଛି
ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ?

delta

Advertisment

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ? ଏହାକୁ କରୋନାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ, ଏବେ ସୁଦ୍ଧା ଭାରତର ମୁଖ୍ୟତଃ ୪ଟି ରାଜ୍ୟରେ ୪୦ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ ହୋଇସାରିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୩ଟି ରାଜ୍ୟକୁ ଆଲର୍ଟ ବି କରାଯାଇଛି । ଯଦିଓ ଓଡ଼ିଶାରେ ଏହି କେସ୍ ଚିହ୍ନଟ ହୋଇନାହିଁ, ତଥାପି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଜାଗ ଅଛନ୍ତି ବୋଲି DMET ସିବିକେ ମହାନ୍ତି କହିଛନ୍ତି । ଏହି ଭ୍ୟାରିଆଣ୍ଟ୍ ଅଧିକ ସଂକ୍ରାମକ ହେଲେ ବି, ଏହା ବିରୋଧରେ ଟିକାର ପ୍ରଭାବକୁ ନେଇ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ବିଶେଷଜ୍ଞ ।

Advertisment

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଓ ତାମିଲନାଡ଼ୁ ମୁଖ୍ୟତଃ ୪ଟି ରାଜ୍ୟରେ କାୟା ମେଲାଉଛି କରୋନାର ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍ ।ଏବେସୁଦ୍ଧା ଦେଶରେ ୪୦ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି । ତେବେ ଆଗକୁ ସଂକ୍ରମଣ ଅଧିକ ବଢ଼ିବା ଆଶଙ୍କା କରି ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶକୁ ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଡେଲ୍ଟା ପ୍ଲସ୍ ବ୍ୟାପିଥିବା ଜିଲ୍ଲାଗୁଡ଼ିକରେ କଣ୍ଟେନମେଣ୍ଟ କଟକଣା କଡ଼ାକଡ଼ି କରିବା, ଟେଷ୍ଟିଂ ଓ ଟ୍ରେସିଂ ତ୍ୱରାନ୍ୱିତ କରିବା, ପ୍ରାଥମିକତା ଭିତ୍ତିରେ ଟିକାକରଣ ଏବଂ ଜିନୋମ୍ ସର୍ଭେଲାନ୍ସ ପାଇଁ ପର୍ଯ୍ୟାପ୍ତ ସାମ୍ପଲ୍ ଉଦ୍ଦିଷ୍ଟ ଲ୍ୟାବ୍‌କୁ ପଠାଇବାକୁ କୁହାଯାଇଛି ।

ଏହି ଭ୍ୟାରିଆଣ୍ଟର ସଂକ୍ରମଣ ଓ ଗୁରୁତର ଅସୁସ୍ଥ କରିବାର କ୍ଷମତା ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଏହାର କି ପ୍ରଭାବ ପଡ଼ିପାରେ, ସେନେଇ ଅନୁଧ୍ୟାନ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।

Advertisment

କେତେ ଭୟାବହ ଏହି ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ? ନିଆଁରେ ଘିଅ ଢାଳିଲା ଭଳି ଏହା କରୋନାର ତୃତୀୟ ଲହରକୁ ଅଧିକ ଭୟାବହ କରିବ କି ? ଡେଲ୍ଟାର ଏହି ନୂଆ ମ୍ୟୁଟେସନ୍‌କୁ କେନ୍ଦ୍ର ସରକାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି ସ୍ପଷ୍ଟ କରିଛନ୍ତି । ଇଣ୍ଡିଆନ୍ ସାର୍ସ କୋଭ୍-ଟୁ ଜିନୋମିକ୍ କନ୍ସର୍ଟିଆ କେନ୍ଦ୍ରକୁ ରିପୋର୍ଟ ଦେଇଛି, ଏହା ଅଧିକ ସଂକ୍ରାମକ ଫୁସ୍‌ଫୁସ୍‌କୁ ଅଧିକ ପ୍ରଭାବିତ କରେ ଏବଂ ଏହା ବିରୋଧରେ ମନୋକ୍ଲୋନାଲ୍ ଆଣ୍ଟିବଡି କାମ କରିନପାରେ । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାଇଛନ୍ତି, ଆସନ୍ତା ୪-୬ ସପ୍ତାହରେ ଡେଲ୍ଟା ପ୍ଲସ୍ ସଂକ୍ରମଣ ବଢିଲେ ତୃତୀୟ ଲହର ଆଗୁଆ ଆସିଯାଇପାରେ । ତେବେ ପ୍ରଚଳିତ କରୋନା ଟିକା ଡେଲ୍ଟା ଭ୍ୟାରିଆଣ୍ଟ ବିରୋଧରେ କାମ କରୁଥିବାରୁ ଏହା ଡେଲ୍ଟା ପ୍ଲସ୍ ବିରୋଧରେ ମଧ୍ୟ କାମ କରିବ ବୋଲି ଆଶା କରାଯାଉଛି ।

Delta Plus Corona Corona 3rd Wave COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ