Advertisment

ଅମାନିଆଙ୍କ ପାଇଁ ସଂକ୍ରମଣ ଉପର ମୁହାଁ ହେଉଛି-ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣା ଯାଉଛି । ସର୍ଭିଲାନ୍ସଠୁ ଟିକାକରଣ ଯାଏଁ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ ବୋଲି କହିଛନ୍ତି …

ଅଦ୍ୟତନ ହୋଇଛି
ଅମାନିଆଙ୍କ ପାଇଁ ସଂକ୍ରମଣ ଉପର ମୁହାଁ ହେଉଛି-ବିଜୟ ମହାପାତ୍ର

vaccine

Advertisment

ଭୁବନେଶ୍ୱର: ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣା ଯାଉଛି । ସର୍ଭିଲାନ୍ସଠୁ ଟିକାକରଣ ଯାଏଁ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Advertisment

ଲୋକମାନଙ୍କ ନିୟମ ନ ମାନିବା, ଅଧିକ ସଂଖ୍ୟକ ଲୋକ ଏକା ସାଙ୍ଗରେ ବାହାରକୁ ବାହାରିବା ସଂକ୍ରମଣର ବଡ଼ କାରଣ ବୋଲି ସେ ଦର୍ଶାଇଛନ୍ତି । ଭୁତାଣୁ ଯାଇନଥିବା ବେଳେ ଆମେ ବାହାରକୁ ବାହାରି ସଂକ୍ରମଣ ବ୍ୟାପିବାକୁ ପ୍ରୋତ୍ସାହନ ଦେଉଛୁ ଓ ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବା ଆସିବା ବି ଭୁବନେଶ୍ୱରରେ ସଂକ୍ରମଣ ବଢିବାର ଅନ୍ୟତମ କାରଣ ବୋଲି ସେ କହିଛନ୍ତି ।

ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି, ଡେ ଟୁ ଡେ ଡାଟାକୁ ବିଶ୍ଳେଷଣ କରାଯାଉଛି।  ହାଇକମିଟି ବୈଠକ ବସି 30 ତାରିଖ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

Advertisment

ସୂଚନାଥାଉ କି, ଗତ ୨ ଦିନ ହେଲା ପୁଣି କରୋନା ଗ୍ରାଫ ଉପହରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୫୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨କୁ ବୃଦ୍ଧି ପାଇଛି । ସେହିପରି ୪୭ ଜଣଙ୍କ ଜୀବନ ନେଇଛି କରୋନା। ରାଜ୍ୟରେ ଏବେ ପଜିଟିଭିଟି ହାର ରହିଛି ୫.୧୭% ପ୍ରତିଶତ ।

ସେହିପରି ଗତକାଲି ଓଡ଼ିଶାରୁ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହେବା ପରେ ଚିନ୍ତା ବଢି ଯାଇଛି।  ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ରୁ ଓଡ଼ିଶାରେ ଗୋଟିଏ ରହିଛି।  ଅନ୍ୟପକ୍ଷେ କଟକ,ଭୁବନେଶ୍ୱରରେ ସଂକ୍ରମଣରେ ବ୍ରେକ ଲାଗି ପାରୁନି।  ସର୍ବାଧିକ ସଂକ୍ରମିତଙ୍କ ତାଲିକାରେ ୧ ନମ୍ବରରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରୁ ସବାଧିକ ୬୫୧ ପଜିଟିଭ୍‌ ବାହାରିଛନ୍ତି । ସେହିପରି ଗତକାଲି ଭୁବନେଶ୍ୱରରୁ ୩୪୩ ପଜିଟିଭ ବାହାରିଥିବାବେଳେ କ୍ୱାରେଣ୍ଟିନରେ ଥିଲେ ୮୬ ଓ ଲୋକାଲ କଣ୍ଟାକ୍ଟ୍‌ସ ଥିଲା ୨୫୭। ସେହିପରି ୨୪ ତାରିଖ  ୪୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୮୯ ଥିବାବେଳେ ଲୋକାଲ କଣ୍ଟାକ୍ଟ ଥିଲା ୪୦୭ । ସେହିପରି ଜୁନ୍‌ ୨୩ ତାରିଖ  ଭୁବନେଶ୍ୱରରୁ ୩୭୫ ପଜିଟିଭ ବାହାରିଥିବାବେଳେ ୭୫ ଥିଲା କ୍ୱାରେଣ୍ଟିନ କେସ। ଲୋକାଲ କଣ୍ଟାକ୍ଟସ ଥିଲା ୩୦୦।  ଜୁନ୍‌ ୨୨ କେବଳ ଭୁବନେଶ୍ୱରରୁ ୩୩୯ ପଜିଟିଭ ବାହାରିଥିବାବେଳେ କ୍ୱାରେଣ୍ଟିନରୁ ୫୦ ଏବଂ ଲୋକାଲ କଣ୍ଟାକ୍ଟ ଥିଲେ ୨୮୯।

Advertisment
Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ