Advertisment

ହଳଦି ପାଣି ଆଉ ତୁଣ୍ଡି-ଦୁଇଟି ଅସ୍ତ୍ର ଧରି କରୋନାକୁ ମାତ୍ ଦେଲେ ଗ୍ରାମବାସୀ

ସୀମା ଆରପଟେ କରୋନା..କରୋନାକୁ ମାତ୍‌ ଦେଇ ଉଦାହରଣ ସାଜିଲେ ଗ୍ରାମବାସୀ। ବିକାଶ ଠାରୁ ବହୁ ଦୂରରେ କିନ୍ତୁ ସଚେତନତାରେ ଅନେକ  ଆଗରେ ଏମାନେ।

ହଳଦି ପାଣି ଆଉ ତୁଣ୍ଡି-ଦୁଇଟି ଅସ୍ତ୍ର ଧରି କରୋନାକୁ ମାତ୍ ଦେଲେ ଗ୍ରାମବାସୀ

Corona-Village-free

Advertisment

କେନ୍ଦୁଝର(ପ୍ରଣୟ ପାଣି/ସୂର୍ଯ୍ୟ ପଣ୍ଡା): ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଭୟଭୀତ। ଲକ୍ଷାଧିକ ଲୋକଙ୍କ ଜୀବନ ନେଇଗଲାଣି ଏହି ଭୂତାଣୁ। ନାଁ ଔଷଧ…ନା ଇଞ୍ଜେକ୍ସନ…।  ଜୀବନ ଯୁଦ୍ଧରେ ଏଠି ଯେମିତି ହାରି ଯାଉଛି ମଣିଷ।  ଅନେକ ବଡ ବଡ ନେତା, ଅଭିନେତା କରୋନାର କରାଳ ଗ୍ରାସରେ ହଜି ବି ଗଲେଣି।  ହେଲେ ଏଇ ଗାଁକୁ ଦେଖନ୍ତୁ। ବିକାଶ ଠାରୁ ବହୁ ଦୂରରେ ଏହି ଗାଁ, କିନ୍ତୁ ସଚେତନତାରେ ଅନେକ  ଆଗରେ। ସାରା ବିଶ୍ୱକୁ କରୋନା ନିଜ କବ୍‌ଜାକୁ ନେଉଥିବାବେଳେ ଏହି ଗାଁର ସୀମା କିନ୍ତୁ ଡେଇଁ ପାରିନି ଭୂତାଣୁ। ଗୋଟିଏ ଗାଁ ହେଉଛି କେନ୍ଦୁଝର ଜିଲ୍ଲାର ଉପର ବୈତରଣୀ ଗାଁ ଓ ଆଉ ଗୋଟିଏ କୋରାପୁଟ ଜିଲ୍ଲାର ଖେମୁଣ୍ଡୁଗୁଡା ପଞ୍ଚାୟତ।

Advertisment

ଏଠି କଟକଣା ହୋଇଛି କୋଭିଡ କଡାକଡି । ସମସ୍ତେ ସମ୍ମାନ ଦେଉଛନ୍ତି ନିୟମକୁ। ଅକ୍ଷରେ ଅକ୍ଷରେ ମାନୁଛନ୍ତି।  ଫଳରେ, ପଞ୍ଚାୟତର କଦଳୀ ବାଡ଼ି ଓ ଉପର ବୈତରଣୀ ୨ଟି ଗାଁର ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଯାଏ ଛୁଇଁନି କୋରୋନା ।  ଜଙ୍ଗଲ, ପାହାଡ ଘେରା ଆଦିବାସୀବହୁଳ ଗୋନାସିକା ପଞ୍ଚାୟତର ଲୋକମାନେ ଏ ଯାଏ କୋରୋନାରେ ସଂକ୍ରମିତ ହୋଇ ନାହାଁନ୍ତି । ଯାହା ସମଗ୍ର ଜିଲ୍ଲା ପାଇଁ ସୃଷ୍ଟି କରିଛି ଉଦାହରଣ ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗେନାସିକା ପଞ୍ଚାୟତର ଉପର ବୈତରଣୀ ଗାଁ। ଗାଁରେ ରହୁଛନ୍ତି ପାଖାପାଖି ୩ ଶହ ଲୋକ । ଗାଁକୁ ଆସୁଥିବା ଆଗନ୍ତୁକଙ୍କୁ ସେମିତି ଭିତରକୁ ଛାଡନ୍ତି ନାହିଁ ଗ୍ରାମବାସୀ। ସେ ମିଡିଆ ବାଲା ହେଉ ବା ଯେ କେହି ହୁଅନ୍ତୁ। ଗାଁରେ ପାଦ ଦେଉ ଦେଉ ଗ୍ରାମବାସୀ  ଅଟକାଇ ହାତ ଗୋଡରେ କଞ୍ଚା ହଳଦୀ ପାଣି ଢାଳନ୍ତି। ଏଥିସହ ମାସ୍କ ପିନ୍ଧି ଗାଁ ଭିତରକୁ ଯିବାକୁ ଅନୁମତି ଦେଇଥାନ୍ତି ।  ଏହି ନିୟମକୁ କଡାକଡି ମାନିବା ଦ୍ଵାରା ଗାଁରେ ଆଜି କରେନା ପଶି ପାରିନାହିଁ ବୋଲି ଗ୍ରାମବାସୀ କହନ୍ତି।

Advertisment

କରୋନା ମହାମାରି ଜିଲ୍ଲାରେ ପାଦ ଦେବା ବେଳେ ପ୍ରଶାସନ ନିର୍ଦ୍ଦେଶରେ ଜେଡିଏ ( ଗୋନାସିକା ଡେଭଳପ ଏଜେନ୍ସି -ଏକ ସରକାରୀ ସଂସ୍ଥା )ପକ୍ଷରୁ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା । ସେହି ଦିନଠାରୁ ଗାଁ ଲୋକେ ଅକ୍ଷରେ ଅକ୍ଷରେ ପାଳନ କରି ଆସୁଛନ୍ତି କୋଭିଡ କଟକଣାକୁ । ଫଳରେ,  ଆଜିଯାଏ ଲୋକମାନଙ୍କୁ କୋରୋନା ଛୁଇଁ ପାରିନାହିଁ । ଏମାନଙ୍କର ଦୃଢ ଇଛାଶକ୍ତି ଓ ସଚେତନତା ପାଇଁ ଆଜି ଏମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ସେହିପରି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର କରୋନା ମୁକ୍ତ ପଞ୍ଚାୟତ ଖେମୁଣ୍ଡୁଗୁଡା । କେବଳ ସଚେତନତା ଲୋକଙ୍କ ପାଇଁ ସାଜିଛି ସୁରକ୍ଷା କବଚ।  ଏହି ପଞ୍ଚାୟତର ୧୪ଖଣ୍ଡ ଗାଁରେ ପ୍ରବେଶ କରିପାରିନାହିଁ ମହାମାରୀ।  ଏହି ପଂଚାୟତର ଲୋକେ ପାହାଡ଼ କୋଳରେ ବେଶ ଆରାମରେ ମୁକ୍ତ ଅମ୍ଲଜାନ ନେଇ ଶାନ୍ତିରେ ବସବାସ କରୁଛନ୍ତି।

Advertisment

ଏହି ପଞ୍ଚାୟତରେ ଲୋକସଂଖ୍ୟା ୪ ହଜାରରୁ  ଊର୍ଦ୍ଧ୍ୱ ।  ସମସ୍ତଙ୍କ ଜୀବିକା କହିଲେ ଚାଷବାସ ଓ ଛୋଟବଡ଼ କାମ କରିବା । ନିଜ ବାଡ଼ିରେ ଉତ୍ପାଦିତ ପନିପରିବା ବିକ୍ରି କରି ଏମାନେ ପରିବାର ପ୍ରତିପୋଷଣ କରନ୍ତି । କୁନ୍ଦୁଲି ବଜାରର ବ୍ୟବସାୟ ଉପରେ ଏମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ କରୋନାର ଦ୍ୱୀତିୟ ଲହର ପ୍ରବେଶ କରିବା ପରେ ଜରୁରୀ କାମ ନ ଥିଲେ ଗାଁ ବାହାରକୁ ଯାଉ ନାହାନ୍ତି ଗ୍ରାମବାସୀ।

ପଞ୍ଚାୟତରେ ଏଗାରଟି ୱାର୍ଡରେ ବିଛାଡି ହୋଇ ରହିଛି ଚଉଦଟି ଗାଁ । ପ୍ରତ୍ୟେକ ଗ୍ରାମର ଲୋକେ , ଯୁବ ପିଢୀ , ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ ଘରେ ଘରେ ସଚେତନତାର ବାର୍ତା ପହୁଞ୍ଚାଇ ଦିଆଯାଇଥିବା ଗ୍ରାମର ଯୁବ ପିଢ଼ି କହିଛନ୍ତି ।   କୋରନାର ପ୍ରଥମ ଲହରରେ ବି ସେମାନେ ବେଶ ସଚେତନ ଥିଲେ । ସେତେବେଳେ ମଧ୍ୟ ପୁରା ପଂଚାୟତ ମହାମାରୀ ମୁକ୍ତ ଥିଲା। ଆଉ ଏବେ ଦ୍ୱିତୀୟ ଲହରରେ ବି ପଞ୍ଚାୟତରେ ଏଭଳି ମହାମାରୀ ପ୍ରବେଶ କରି ପାରିନାହିଁ।

ଲୋକେ। ପଂଚାୟତର ପ୍ରତେକ ଗ୍ରାମରେ ପ୍ରବେଶ କରୁଥିବା ଆଗନ୍ତୁକଙ୍କ ଉପରେ ନଜର ରଖିଛନ୍ତି। ବାହାର ଲୋକଙ୍କୁ ଦେଖିଲେ ସେମାନେ ତୁଣ୍ଡି ପରିଧାନ କରିବା ଓ ଶାରୀରିକ ଦୂରତା ଅବଲମ୍ବନ କରିବାକୁ କହୁଛନ୍ତି। କୋଭିଡ କଟକଣା ସମସ୍ତେ କଡାକଡି ପାଳନ କରୁଛନ୍ତି।  ସମ୍ଭାବ୍ୟ ତୃତୀୟ ଲହରରେ ମଧ୍ୟ ଏହି ସ୍ଥିତି ବଜାୟ ରଖିବାରେ ସମର୍ଥ ହେବେ ବୋଲି ପଞ୍ଚାଯତର ଯୁବପିଢି ଓ ଆଶାକର୍ମୀ  ଦୃଢ ମତବ୍ୟକ୍ତ କରିଛନ୍ତି । କରୋନା କାଳରେ ଏହି ପଂଚାୟତ ର ଲୋକଙ୍କ ଏଭଳି ସଚେତନତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଗାଁରେ ରହୁଥିବା କିଛି ଲୋକମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ହେଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ସବୁଠାରୁ ବଡ଼ କଥା ଏମାନଙ୍କୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇ ଟିକାକରଣ କରିବାକୁ ବ୍ୟବସ୍ଥା ବି ଆରମ୍ଭ ହୋଇଛି । ପଂଚୟତର ଏଭଳି କାର୍ଯ୍ୟକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ