Advertisment

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନାର ଭୟାବହ ରୂପ ଦେଖି ବୈଜ୍ଞାନିକମାନେ ଚିନ୍ତାରେ ପଡିଲେଣି। ଏପରି ସ୍ଥିତିରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି ଥରେ ଆକ୍ରାନ୍ତ ହେଉଥିବା ନୂଆ ଖବର ଆସିଛି। କରୋନାରେ ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହେବା ଘଟଣା ପ୍ରଥମେ ହଂକଂରେ ଦେଖା ଯାଇଥିଲା। ହେଲେ ଏହା ଏବେ ଭାରତରେ ଦେଖିବାକୁ ମିଳିଥିବା ଗବେଷକମାନେ କହିଛନ୍ତି। ଭାରତୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଚଳିତ ସପ୍ତାହର […]

ଅଦ୍ୟତନ ହୋଇଛି
COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

corona

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନାର ଭୟାବହ ରୂପ ଦେଖି ବୈଜ୍ଞାନିକମାନେ ଚିନ୍ତାରେ ପଡିଲେଣି। ଏପରି ସ୍ଥିତିରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି ଥରେ ଆକ୍ରାନ୍ତ ହେଉଥିବା ନୂଆ ଖବର ଆସିଛି।

Advertisment

କରୋନାରେ ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହେବା ଘଟଣା ପ୍ରଥମେ ହଂକଂରେ ଦେଖା ଯାଇଥିଲା। ହେଲେ ଏହା ଏବେ ଭାରତରେ ଦେଖିବାକୁ ମିଳିଥିବା ଗବେଷକମାନେ କହିଛନ୍ତି। ଭାରତୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଚଳିତ ସପ୍ତାହର ପ୍ରାରମ୍ଭରେ ଗ୍ରେଟର ନଏଡା ଏବଂ ମୁମ୍ବାଇରେ ହେଲ୍‌ଥ କେୟାର୍ସଙ୍କ କ୍ଷେତ୍ରରେ ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏଥିରେ ନଏଡାର ଦୁଇ ଏବଂ ମୁମ୍ବାଇର ୪ ଜଣ ହେଲ୍‌ଥ ୱାର୍କର ଅଛନ୍ତି।

ତେବେ ଗଭର୍ଣ୍ଣମେଣ୍ଟ ଇନ୍‌‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସର ବୈଜ୍ଞାନକମାନେ ଯେଉଁ ତଥ୍ୟ ଦେଇଛନ୍ତି ତାହା ଆହୁରି ଭୟଙ୍କର। କାରଣ ଯାଞ୍ଚ ପରେ ସେମାନଙ୍କ ଶରୀରରେ କରୋନା ଭାଇରସର ନୂଆ ରୂପ ଦେଖିବାକୁ ମିଳିଛି। ଏକଥା ମଧ୍ୟ ଜଣାପଡ଼ିଛି, ଶରୀରରେ ଥିବା ଆଣ୍ଟିବଡ଼ି ଏହି ଭାଇରସ୍‌ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ।

Advertisment

ବୈଜ୍ଞାନିକମାନେ କହିଛନ୍ତି, କରୋନା ଭାଇରସ୍‌‌ରେ ଯେପରି ପରିବର୍ତ୍ତନ ଦେଖିବାକୁ ମିଳୁଛି, ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ ରହିଛି। ଏପରିକି କରୋନା ଭାକସିନ୍ ତିଆରି କରୁଥିବା ବୈଜ୍ଞାନିକମାନେ ଏପରି ପରିବର୍ତ୍ତନକୁ ଧ୍ୟାନରେ ରଖି କାମ କରିବା ଉଚିତ୍‌ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ