Advertisment

ପ୍ରତିପକ୍ଷ ଓକିଲଙ୍କ ବିରୋଧରେ ନିର୍ଭୟା ମାଆଙ୍କ ସଂଗୀନ ଅଭିଯୋଗ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣିଥରେ ଘୁଞ୍ଚିଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇଛନ୍ତି। ଏହା ପରେ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ମା’। ୨୦୧୨ରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିଲେ ନିର୍ଭୟା। ଦ୍ୱିତୀୟ ଥର ପାଇଁ ଫାଶୀ ତାରିଖ ଘୁଞ୍ଚିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କାନ୍ଦିପକାଇଛନ୍ତି। ଦୀର୍ଘ ୭ ବର୍ଷ ତଳେ ତାଙ୍କ ଝିଅଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ହେଲେ ଏଯାବତ ସେ […]

author-image
Pradesh Pratyush
ପ୍ରତିପକ୍ଷ ଓକିଲଙ୍କ ବିରୋଧରେ ନିର୍ଭୟା ମାଆଙ୍କ ସଂଗୀନ ଅଭିଯୋଗ

nn

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣିଥରେ ଘୁଞ୍ଚିଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇଛନ୍ତି। ଏହା ପରେ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ମା’। ୨୦୧୨ରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିଲେ ନିର୍ଭୟା।

Advertisment

ଦ୍ୱିତୀୟ ଥର ପାଇଁ ଫାଶୀ ତାରିଖ ଘୁଞ୍ଚିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କାନ୍ଦିପକାଇଛନ୍ତି। ଦୀର୍ଘ ୭ ବର୍ଷ ତଳେ ତାଙ୍କ ଝିଅଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ହେଲେ ଏଯାବତ ସେ ଦୋଷୀଙ୍କ ଆଗରେ ମୁଣ୍ଡ ନୁଆଁଉଛନ୍ତି। ଗଣମାଧ୍ୟମ ଆଗରେ ଆଜି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଆଶା ଦେବୀ ।  କହିଛନ୍ତି ଦୋଷୀଙ୍କୁ ଅନନ୍ତ କାଳ ପାଇଁ ଫାଶୀ ମିଳିିବନି ବୋଲି ସେମାନଙ୍କ ଓକିଲ ତାଙ୍କୁ ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ ତାହା ଆଜି ସତ ପ୍ରମାଣିତ ହୋଇଛି। ଏଥିପାଇଁ ସରକାରଙ୍କୁ ସେ ଦାୟୀ କରିଛନ୍ତି।

ଦୋଷୀଙ୍କ ଓକିଲ ତାଙ୍କୁ ଚ୍ୟାଲେଞ୍ଜ କରି ବାରମ୍ୱାର ଫାଶୀ ତାରିଖ ଘୁଞ୍ଚାଇବାରେ ସଫଳ ହେଉଛନ୍ତି ବୋଲି ଆଶା ଦେବୀ କହିଛନ୍ତି। ସରକାର, ନ୍ୟାୟ ପ୍ରକ୍ରିୟା ଉପରେ ମତ ରଖି ଆଶା ଦେବୀ କହିଛନ୍ତି, ଆଇନର ଗଳା ବାଟ ପାଇଁ ଦୋଷୀମାନେ ବାରମ୍ୱାର ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

Advertisment
Advertisment
Advertisment