Advertisment

୧୦,୦୦୦ ଟଙ୍କାରୁ ଅଧିକ ଜମାକାରୀଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ୱର/କଟକ/ବ୍ରହ୍ମପୁର : ୧୦ ହଜାରରୁ ଅଧିକ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କ ମୁଣ୍ଡରେ ଚଡ଼କ। ଏମାନେ ଟଙ୍କା ଫେରିବା ତ’ ଦୂରର କଥା, ତଦନ୍ତ ପାଇଁ ଗଠିତ କମିଶନ ବି ବଡ଼ ଜମାକାରୀଙ୍କ ଠକେଇ ନେଇ ତଦନ୍ତ କରିବେ ନାହିଁ । ଏ ନେଇ ଗୃହ ବିଭାଗର ସାନି ବିଜ୍ଞପ୍ତି ପରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। […]

author-image
Pradesh Pratyush
୧୦,୦୦୦ ଟଙ୍କାରୁ ଅଧିକ ଜମାକାରୀଙ୍କ ମୁଣ୍ଡରେ ଚଡକ

CHIT FUND

ଭୁବନେଶ୍ୱର/କଟକ/ବ୍ରହ୍ମପୁର : ୧୦ ହଜାରରୁ ଅଧିକ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କ ମୁଣ୍ଡରେ ଚଡ଼କ। ଏମାନେ ଟଙ୍କା ଫେରିବା ତ’ ଦୂରର କଥା, ତଦନ୍ତ ପାଇଁ ଗଠିତ କମିଶନ ବି ବଡ଼ ଜମାକାରୀଙ୍କ ଠକେଇ ନେଇ ତଦନ୍ତ କରିବେ ନାହିଁ । ଏ ନେଇ ଗୃହ ବିଭାଗର ସାନି ବିଜ୍ଞପ୍ତି ପରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

Advertisment

ବ୍ରହ୍ମପୁରର ରଘୁନାଥ ସାହୁ ଓ ତାଙ୍କ ପତ୍ନୀ ଦମୟନ୍ତୀ ସାହୁ। ଆଖିରୁ ବହୁଛି ଅବିଶ୍ରାନ୍ତ ଅଶ୍ରୁ । ଚିଟ୍‌ଫଣ୍ଡ ଛଡ଼ାଇ ନେଇଛି ବଞ୍ଚିବାର ରାହା । ଘର ଦ୍ୱାର ଛାଡ଼ି ଦୁଇବର୍ଷ ଏଠି ସେଠି ମୁଣ୍ଡ ଗୁଞ୍ଜୁଛନ୍ତି ରଘୁନାଥ ଓ ଦମୟନ୍ତୀ ।  ୬ ବର୍ଷରେ ଟଙ୍କା ଡବଲ ହେବାର ଲୋଭରେ ଗୋଲଡେନ ଲ୍ୟାଣ୍ଡ ଚିଟ୍‌ଫଣ୍ଡ ସଂସ୍ଥାରେ ରଘୁନାଥ ରଖିଥିଲେ ୧୫ ଲକ୍ଷ ଟଙ୍କା । ପରେ  କମ୍ପାନୀର ଏଜେଣ୍ଟ ସାଜି ଗାଁ ଲୋକଙ୍କ ପାଖରୁ ଆଣି ରଖିଥିଲେ  ଆଉ ୫୫ ଲକ୍ଷ ଟଙ୍କା । ହେଲେ ସଂସ୍ଥା ବନ୍ଦ ହୋଇଯିବା ପରେ ଲୋକେ ଟଙ୍କା ମାଗିବାରୁ ଭୟରେ ବାରଦ୍ୱାର ବୁଲୁଛନ୍ତି ରଘୁନାଥ ଓ ଦମୟନ୍ତୀ।

Advertisment
Advertisment