Advertisment

୪୯ ଡିଗ୍ରୀ ଉପରେ ପହଞ୍ଚିଲା ତାପମାତ୍ରା, ଚାଲିଗଲା ୧୦୦ରୁ ଅଧିକ ଲୋକଙ୍କ ଜୀବନ

ଓଟ୍ଟୱା: ଭାରତର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବା ବେଳେ କାନାଡାରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହୋଇଛି। ଏପରିକି ୧୦୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ କାନାଡାର Vancouver…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
୪୯ ଡିଗ୍ରୀ ଉପରେ ପହଞ୍ଚିଲା ତାପମାତ୍ରା, ଚାଲିଗଲା ୧୦୦ରୁ ଅଧିକ ଲୋକଙ୍କ ଜୀବନ

heat wave

ଓଟ୍ଟୱା: ଭାରତର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବା ବେଳେ କାନାଡାରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହୋଇଛି। ଏପରିକି ୧୦୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ କାନାଡାର Vancouver ଅଞ୍ଚଳରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କାନାଡାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ସିଟି ପୋଲିସ୍‌ ଡିପାର୍ଟମେଣ୍ଟ ଓ ରୟାଲ କାନାଡିଆନ ମାଉଣ୍ଟେଡ୍‌ ପୋଲିସ୍‌ର ସୂଚନା ଅନୁସାରେ, ପ୍ରବଳ ଗ୍ରୀଷ୍ମ ପ୍ରବାହରେ Vancouver ଅଞ୍ଚଳରେ ଶୁକ୍ରବାରରୁ ପାଖାପାଖି ୧୩୪ ଜଣ ଲୋକଙ୍କ ଜୀବନ ଗଲାଣି। Vancouver ପୋଲିସ୍‌ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ହଠାତ୍‌ ୬୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଥିଲା। ଅଧିକାଂଶ ଲୋକଙ୍କ୍ ମୃତ୍ୟୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ହୋଇଥିବା ଜଣାପଡ଼ିଛି।

କାନାଡାରେ ଲଗାତାର ତୃତୀୟ ଦିନ ପାଇଁ ମଙ୍ଗଳବାର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। Vancouverରୁ ୨୫୦ କି.ମି. ଦୂର ବ୍ରିଟିଶ କଲମ୍ବିଆର Lyttonରେ ୧୨୧ ଡିଗ୍ରୀ Fahrenheit (୪୯.୫ ଡିଗ୍ରୀ ସେଲ୍‌ସିୟସ୍) ତାପମାତ୍ରା ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ କେବେବି Vancouverରେ ଏତେ ମାତ୍ରାରେ ଗରମ ଅନୁଭୂତ ହୋଇନଥିଲା। ତେଣୁ ଏହି କାରଣ ଯୋଗୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହଠାତ୍‌ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ ହୋଇଛି।ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ହଠାତ୍ ବୃଦ୍ଧି ପାଇଥିବା କୁହାଯାଉଛି।

Advertisment
Advertisment
Advertisment