Advertisment

ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍‌

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ଜଳି ଯାଇଛି। ବସ୍‌ଟି ଜଳି ପୂରା ପାଉଁଶ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କାରଣ ବସ୍‌ଟିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କରଞ୍ଜିଆର ସିଙ୍ଗଡ଼ା ଅଞ୍ଚଳରୁ କିଛି ଲୋକ ଏହି ବସ୍‌ ରିଜର୍ଭ କରି ସଦଖିଆ ଭୋଜି ପାଇଁ ବେତନଟୀ ଅଞ୍ଚଳର ଆମ୍ବଯୋଡ଼ାକୁ […]

ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍‌

bus

Advertisment

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ଜଳି ଯାଇଛି। ବସ୍‌ଟି ଜଳି ପୂରା ପାଉଁଶ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କାରଣ ବସ୍‌ଟିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ।

Advertisment

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କରଞ୍ଜିଆର ସିଙ୍ଗଡ଼ା ଅଞ୍ଚଳରୁ କିଛି ଲୋକ ଏହି ବସ୍‌ ରିଜର୍ଭ କରି ସଦଖିଆ ଭୋଜି ପାଇଁ ବେତନଟୀ ଅଞ୍ଚଳର ଆମ୍ବଯୋଡ଼ାକୁ ଯାଉଥିଲେ। ଡ୍ରାଇଭର ବାଙ୍ଗିରିପୋଷି ଘାଟିରେ ବସ୍‌ଟିକୁ ରଖି ଦୁଆରଶୁଣି ମନ୍ଦିରକୁ ପୂଜା କରିବାକୁ ଯାଇଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ତେବେ ବସ୍‌ଟି ଅଟକିବା ପରେ କିଛି ଯାତ୍ରୀ ଓହ୍ଲାଇ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଆଉ କିଛି ବାହାରେ ବୁଲାବୁଲି କରୁଥିଲେ। ଏହି ସମୟରେ ବସ୍‌ରୁ ହଠାତ୍ ଧୂଆଁ ବାହାରିଲା। କେହି କିଛି ବୁଝିବା ପୂର୍ବରୁ ବସ୍‌ଟି ହୁ ହୁ ହୋଇ ଜଳିବାକୁ ଆରମ୍ଭ କରିଥିଲା।

ବାଙ୍ଗରିପୋଷିରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ହେଲେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ଏହି ଘଟଣା ପାଇଁ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ