Advertisment

ଜୀବନ ଦେବା ବଦଳରେ ନର୍ସ ନେଇଗଲେ ୮ ଜୀବନ

ଲଣ୍ଡନ: ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ତାଙ୍କର କର୍ମ। ହେଲେ ସେ ନେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଜୀବନ। ଗୋଟିଏ କି ଦୁଇଟି ନୁହେଁ, ୮ ଜଣ ଶିଶୁଙ୍କୁ ସେ ହତ୍ୟା କରିଥିଲେ।  ସେତିକିରେ ବି କଥା ସରି ନ ଥିଲା, ୧୦ ଜଣଙ୍କୁ ହତ୍ୟା   ଉଦ୍ୟମ ମଧ୍ୟ କରିଥିଲେ। ଆମେ ଏଠି ଜଣେ ନର୍ସଙ୍କ କଥା କହୁଛୁ। ନର୍ସ ଜଣକ ଡାକ୍ତରଖାନାରେ ରୋଗୀଙ୍କ ସେବା କରିବା ପରିବର୍ତ୍ତେ ନେଇ ଚାଲିଥିଲେ ଜୀବନ। ସଂପୃକ୍ତ ନର୍ସଙ୍କୁ […]

ଅଦ୍ୟତନ ହୋଇଛି
ଜୀବନ ଦେବା ବଦଳରେ ନର୍ସ ନେଇଗଲେ ୮ ଜୀବନ

baby

Advertisment

ଲଣ୍ଡନ: ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ତାଙ୍କର କର୍ମ। ହେଲେ ସେ ନେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଜୀବନ। ଗୋଟିଏ କି ଦୁଇଟି ନୁହେଁ, ୮ ଜଣ ଶିଶୁଙ୍କୁ ସେ ହତ୍ୟା କରିଥିଲେ।  ସେତିକିରେ ବି କଥା ସରି ନ ଥିଲା, ୧୦ ଜଣଙ୍କୁ ହତ୍ୟା   ଉଦ୍ୟମ ମଧ୍ୟ କରିଥିଲେ। ଆମେ ଏଠି ଜଣେ ନର୍ସଙ୍କ କଥା କହୁଛୁ। ନର୍ସ ଜଣକ ଡାକ୍ତରଖାନାରେ ରୋଗୀଙ୍କ ସେବା କରିବା ପରିବର୍ତ୍ତେ ନେଇ ଚାଲିଥିଲେ ଜୀବନ। ସଂପୃକ୍ତ ନର୍ସଙ୍କୁ ପୋଲିସ ଗିରଫ କରିଛି।

Advertisment

ଇଂଲଣ୍ଡର ଚେଷ୍ଟର ସହର ପୋଲିସ ମମଙ୍ଗଳବାର ଦିନ ଜଣେ ନର୍ସଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଆଠଟି ହତ୍ୟା ଏବଂ ଦଶଟି ହତ୍ୟା ଉଦ୍ୟମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି।  ଲୁସି ଲେଟବି ନାମକ ଏହି ୩୦ ବର୍ଷୀୟା ନର୍ସଙ୍କୁ ମଙ୍ଗଳବାର ଗିରଫ କରିଛି ପୋଲିସ। ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ୮ ଶିଶୁଙ୍କ ହତ୍ୟା ଏବଂ ୧୦ ଶିଶୁଙ୍କୁ ହତ୍ୟା ଉଦ୍ୟମ କରିଥିଲେ।

ଉକ୍ତ ହସ୍‌ପିଟାଲରେ ନବଜାତକ ୟୁନିଟରେ ୨୦୧୫ ଜୁନରୁ ୨୦୧୬ ଜୁନ ମଧ୍ୟରେ ଅନେକ ଶିଶୁ ମୃତ୍ୟୁ ଘଟିଥିଲା। ଏ ନେଇ ଖୋଳତାଡ ହେବା ପରେ ସତ୍ୟ ସାମ୍ନାକୁ ଆସିଥିଲା।  ଗୁରୁବାର ଅର୍ଥାତ୍‌ ଆଜି  ନିକଟ ୱାରିଙ୍ଗଟନ୍‌ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ।ଗିରଫ କରିବା ପୂର୍ବରୁ ଲେବିଙ୍କୁ ଜେଲରେ ରଖାଯାଇଥିଲଲା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ