Advertisment

ବ୍ରେକିଂ ନ୍ୟୁଜ୍‌: ୧୬ ଜୁନ୍‌

କଟକ: ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଗାଡ଼ିକୁ ପଛରୁ ପିଟିଲା ଭ୍ୟାନ୍, ଘଟଣାସ୍ଥଳରେ ୨ ମୃତ ଓ ଜଣେ ଆହତ। ଉଦଳା: ଜଣେ ଏସ୍ଆଇଙ୍କୁ ବାରିପଦା ଜେଲ୍ ଓ୍ୱାର୍ଡରଙ୍କ ଠେଲାପେଲା ଅଭିଯୋଗ,ମାସ୍କ ପିନ୍ଧି ନଥିବା…

author-image
Rajalaxmi Sahoo
ଅଦ୍ୟତନ ହୋଇଛି

କଟକ: ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଗାଡ଼ିକୁ ପଛରୁ ପିଟିଲା ଭ୍ୟାନ୍, ଘଟଣାସ୍ଥଳରେ ୨ ମୃତ ଓ ଜଣେ ଆହତ।

Advertisment

ଉଦଳା: ଜଣେ ଏସ୍ଆଇଙ୍କୁ ବାରିପଦା ଜେଲ୍ ଓ୍ୱାର୍ଡରଙ୍କ ଠେଲାପେଲା ଅଭିଯୋଗ,ମାସ୍କ ପିନ୍ଧି ନଥିବା ଓ୍ୱାର୍ଡରଙ୍କୁ ତାଗିଦ୍ କରିବାରୁ ଏସ୍ଆଇଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୫୩୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ସଂକ୍ରମିତ ଚିହ୍ନଟ।

Advertisment

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୪୩୨ରେ ପହଞ୍ଚିଛି।

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ କଟକଣା ଆଂଶିକ କୋହଳ ସୂଚନା। ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ, ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଯାଏ କୋହଳ।

ବଲାଙ୍ଗିର ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକଧାରୀର ଆତଙ୍କରାଜ ପ୍ରସଙ୍ଗ; ଗଣମାଧ୍ୟମ ସାମ୍ନାରେ ବଡ଼ ରହସ୍ୟ ଖୋଲିଲେ ଅଭିଯୁକ୍ତ ବିକ୍ରମ ପଣ୍ଡା, କହିଲେ-ଯାହା ଘଟିଛି ସେଥିପାଇଁ ମୁଁ ଅନୁତପ୍ତ ନୁହେଁ କି ଲଜ୍ଜିତ ନୁହେଁ। ପ୍ରେମ ସମ୍ପର୍କ ପାଇଁ ଏଭଳି କାଣ୍ଡ କରିଥିବା ସେ ସ୍ୱୀକାର କଲେ

ବିଶାଖାପାଟଣାର କୋୟୁରୁ ଗାଁ ନିକଟରେ ପୋଲିସ-ନକ୍ସଲଙ୍କ ଗୁଳି ବିନିମୟରେ ୬ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା; ଗୋଟିଏ ଏକେ ୪୭, SLR, ୩ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ

Advertisment
Advertisment