/odishatv-khabar/media/post_attachments/uploadimage/library/16_9/16_9_0/mithun_1626945222.jpg)
mithun
ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ହେଉଛି ପ୍ରଚାରର ଶେଷ ଦିନ । ଗୁରୁବାର ସନ୍ଧ୍ୟା ପରେ ଆଉ ସୁଭିବନି ପ୍ରଚାର ଗାଡ଼ିର ଶବ୍ଦ, କି ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ନାହିଁ ଅନୁମତି। ଏହି ପର୍ଯ୍ୟାୟରେ ୪୪ ଟି ଆସନ ପାଇଁ ଆସନ୍ତା ୧୦ ତାରିଖ ଦିନ ମତଦାନ ଗ୍ରହଣ କରାଯିବ।
ଏଭଳି ପରିସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ବିଜେପି ଷ୍ଟାର ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ ରୋଡ୍ ଶୋ’ ଶେଷ କରି ଫେରୁଥିବା ବେଳେ ତାଙ୍କ ଟିମରେ ଥିବା ଏକ ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି। ଏନେଇ ଖବର ସାମ୍ନାକୁ ଆସିବା ପରେ ବିଜେପି ନେତାମାନେ ଟିଏମସିକୁ ଏଥିପାଇଁ ଦାୟୀ କରିବା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମିଥୁନ ଚକ୍ରବର୍ତ୍ତୀ ଆଜି ହାୱାଡ଼ାର ବାକଡ଼ା ଅଞ୍ଚଳରେ ଏକ ରୋଡ୍ ଶୋ’ କରିଥିଲେ। ସେଠାରେ ରୋଡ୍ ଶୋ’ ସାରି ଫେରୁଥିବା ବେଳେ ବିଜେପିର ଏକ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା। ଏହାସହ ଗାଡ଼ିକୁ ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି। ଟିଏମସିର କର୍ମକର୍ତ୍ତାମାନେ ଏଭଳି ଭଙ୍ଗାରୁଜା କରିଥିବା ବିଜେପି ନେତା ଅଭିଯୋଗ କରିଛନ୍ତି ।
ତେବେ ଏହା ପୂର୍ବରୁ ବେହାଲ ଅଞ୍ଚଳରେ ମଧ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ଏକ ରୋଡ୍ ଶୋ’ ହେବାର ଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ପୋଲିସ ଏହି ରୋଡ୍ ଶୋ’ର ଅନୁମତି ରଦ୍ଦ କରିଥିଲା। ପୋଲିସର ଏଭଳି ଆଭିମୁଖ୍ୟ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ସେମାନେ ଏହି ନିଷ୍ପତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ମିଥୁନ କହିଥିଲେ ଯେ, ଟିଏମସିକୁ ପରାଜୟର ଭୟ ଘାରିଛି। ତେଣୁ ସେ ଏଭଳି ଆଚରଣ କରୁଛି।
ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟରେ ଶନିବାର ୫ଟି ଜିଲ୍ଲାର ୪୪ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏଥିରେ ହାୱାଡ଼ା ଜିଲ୍ଲାର ୯ଟି ସିଟ୍, ଦକ୍ଷିଣ ୨୪ ପରଗନା ଜିଲ୍ଲାର ୧୧ଟି ସିଟ୍, ହୁଗଲୀ ଜିଲ୍ଲାର ୧୦ଟି ସିଟ୍, ଆଲିପୁରଦ୍ୱାରର ୫ଟି ସିଟ୍ ଏବଂ କୁଚ୍ ବେହାରର ୯ଟି ସିଟରେ ଭୋଟ୍ ଗ୍ରହଣ କରାଯିବ।
ଏହି ୪୪ଟ ଆସନ ମଧ୍ୟରେ ମ୍ୟାକ୍ଲିଗଞ୍ଜ, ମାଥାଭାଙ୍ଗା, କୁଚ୍ ବିହାର (ଉତ୍ତର), କୁଚ ବିହାର (ଦକ୍ଷିଣ), ସୀତଲକୁଚି, ସୀତାଈ ଏପ୍ରିଲ, ଦିନହାଟା ଏପ୍ରିଲ, ନଟବରୀ, ତୁଫାନଗଞ୍ଜ, କୁମାରଗ୍ରାମ, କାଲଚୀନୀ, ଆଲିପୁରଦ୍ୱାର, ଫଲକଟା, ମଦାରୀହାଟ, ସୋନାରପୁର ଦକ୍ଷିଣ, ଭଙ୍ଗର, କାସବା, ଯାଦବପୁର, ସୋନାରପୁର ଉତ୍ତର ଟାଲିଗଞ୍ଜ, ବେହାଲା ପୁରବା, ବେହାଲା ପଶ୍ଚିମ, ମହେଶତାଲା, ବଜବଜ, ମଟିଆବୁର୍ଜ, ୧୬୯ ବୈଲୀ, ହାୱାଡ଼ା ଉତ୍ତର, ହାୱାଡ଼ା ସେଣ୍ଟ୍ରାଲ, ଶିବପୁର, ହାୱାଡ଼ା ଦକ୍ଷିଣ, ସଙ୍କରିଲ୍, ପଞ୍ଚଲା, ଉଲୁବେରିଆ ପୁରବା, ଡୋମଜୁର, ଉତ୍ତରପାରା ଏପ୍ରିଲ, ଶ୍ରୀରାମପୁର, ଚାମ୍ପଦାନୀ, ସିଙ୍ଗୁର, ଚନ୍ଦନନଗର, ଚୁଞ୍ଚୁରା, ବାଲାଗଢ଼, ପଣ୍ଡୁଆ, ସପ୍ତାଗ୍ରାମ୍ ଏବଂ ଚନ୍ଦିତାଲା ଆସନ ଅନ୍ତର୍ଭୁକ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)