Advertisment

ଛାତ ଉପରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ

ସାଲେପୁର (ମନୋଜ ଆଚାର୍ଯ୍ୟ): ବ୍ୟାଙ୍କ ଛାତ ଉପରେ କର୍ମଚାରୀଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ତେବେ ସାଲେପୁର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନେମାଳ ଥାନା ପୁରୁଣାପାରି ଗାଁର ରମେଶ କୁମାର ରାଉତ ସାଲେପୁର ମାଛୁଆତି ସ୍ଥିତ କଟକ ସେଣ୍ଟ୍ରାଲ୍‌ ସମିତି ବ୍ୟାଙ୍କରେ କାର୍ଯ୍ୟ କରନ୍ତି। ଦୀର୍ଘ ୧୫ ବର୍ଷ ଧରି ସେ ସେଠାରେ ମେସେଞ୍ଜର ଓ ରାତ୍ରି ଜଗୁଆଳି […]

author-image
Pradesh Pratyush
ଛାତ ଉପରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ

bank

ସାଲେପୁର (ମନୋଜ ଆଚାର୍ଯ୍ୟ): ବ୍ୟାଙ୍କ ଛାତ ଉପରେ କର୍ମଚାରୀଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ତେବେ ସାଲେପୁର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ନେମାଳ ଥାନା ପୁରୁଣାପାରି ଗାଁର ରମେଶ କୁମାର ରାଉତ ସାଲେପୁର ମାଛୁଆତି ସ୍ଥିତ କଟକ ସେଣ୍ଟ୍ରାଲ୍‌ ସମିତି ବ୍ୟାଙ୍କରେ କାର୍ଯ୍ୟ କରନ୍ତି। ଦୀର୍ଘ ୧୫ ବର୍ଷ ଧରି ସେ ସେଠାରେ ମେସେଞ୍ଜର ଓ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ରାତିରେ ସେ ବ୍ୟାଙ୍କ ଯାଇନଥିଲେ। ତେବେ ଆଜି ସକାଳେ ତାଙ୍କ ମୃତଦେହ ବ୍ୟାଙ୍କ ଛାତ ଉପରୁ ମିଳିଥିଲା। ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଶୁଣିବାକୁ ମିଳିଛି, ଗତମାସ ୨୦ ତାରିଖରେ ରମେଶ ବ୍ୟାଙ୍କର ୩୦,୦୦୦ ଟଙ୍କା ଧରି ବାଇକ୍‌ରେ ଫେରୁଥିଲେ। ତେବେ ନେମାଳ ନାଗାମଠ ନିକଟରେ ଦୁଇ ଜଣ ଲୁଟେରା ତାଙ୍କ ବାଇକକୁ ଛୁରା ମାଡ଼ କରି ଟଙ୍କା ଲୁଟି ନେଇଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ।

Advertisment
Advertisment
Advertisment