wb election.-2
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୩ଟି ଜିଲ୍ଲାର ୩୦ଟି ସିଟ୍ରେ ମତଦାନ ହେଉଛି । ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛିଅ। ସଂଧ୍ୟା ୬ଟା ଯାଏଁ ଚାଲିବ। ଦକ୍ଷିଣ ୨୪ ପ୍ରଗଣା, ବାଙ୍କରା ଓ ମେଦିନିପୁର ଜିଲ୍ଲାରେ ଭୋଟ୍ ନିଆଯାଉଛି ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ମୋଟ୍ ୧୭୧ ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୫୨ ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ୧୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଭୋଟ୍ ନିଆଯାଉଥିବା ୩୦ ଆସନ ମଧ୍ୟରୁ ନନ୍ଦିଗ୍ରାମ ଆସନ ଚର୍ଚ୍ଚାରେ ରହିଛି। ତୃଣମୂଳ କଂଗ୍ରେସର କବଜାରେ ଥିବା ନନ୍ଦିଗ୍ରାମରେ ଏଥର ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୂର୍ବତନ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି ।
ସେପଟେ ବାମମେଣ୍ଟରୁ ମିନାକ୍ଷୀ ମୁଖାର୍ଜୀ ମଧ୍ୟ ରଣାଙ୍ଗନରେ ଅଛନ୍ତି । ନନ୍ଦିଗ୍ରାମ ଆସନରେ ପୂର୍ବରୁ ବାମଦଳ ୮ ଥର ଜିତିଥିବା ବେଳେ ଟିଏମ୍ସି ୩ ଥର ବିଜୟୀ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୬ରେ ହେବ।
ଆସାମ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଉଛି ୩୯ଟି ସିଟ୍ରେ ୩୪୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ୭୩ ଲକ୍ଷରୁ ଅଧିକ ଭୋଟର୍। ମୈଦାନରେ ରହିଛନ୍ତି ୨୬ ଜଣ ମହିଳା ଏବଂ ୧୭୬ ସ୍ୱାଧୀନ ପ୍ରାର୍ଥୀ । ଦ୍ୱିତୀୟ ପର୍ଯ୍ୟାୟର ଅଧିକାଂଶ ଆସନରେ ଏନ୍ଡିଏ ଏବଂ କଂଗ୍ରେସ ନେତୃତ୍ୱ ମହାମେଣ୍ଟ ମଧ୍ୟରେ ସିଧାସଳଖ ଲଢେଇ ହେଉଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wb-election_1626169352.jpg)