/odishatv-khabar/media/post_attachments/uploadimage/library/16_9/16_9_0/bmc_1625339057.jpg)
bmc
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦୧ ଲୋକାଲ କେସ ଓ ୧୧୨ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Advertisment
https://twitter.com/bmcbbsr/status/1304427433932722183?s=20
ଆଜି ବରମୁଣ୍ଡାରୁ ୭, ବରମୁଣ୍ଡା HB କଲୋନୀରୁ ୬, ବମିଖାଲରୁ ୬, ଚିନ୍ତାମଣିଶ୍ୱରରୁ ୫, ଝାରପଡ଼ାରୁ ୭, କଳିଙ୍ଗନଗରରେ ୮, ନୟାପଲ୍ଲୀରେ ୬, ଓଲ୍ଡ ଟାଉନରୁ ୭, ପଳାଶୁଣିରୁ ୬, ପଟିଆରୁ ୮, ୟୁନିଟ-୬ରୁ ୮, ସହିଦ ନଗରରେ ୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୫୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୧୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୧୧୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)