/odishatv-khabar/media/post_attachments/uploadimage/library/16_9/16_9_0/sushant-1-3_1626162929.jpg)
sushant 1
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଖାଲି ତାଙ୍କ ଫ୍ୟାନ୍ସ ନୁହେଁ ପୂରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅନେକ ବଲିଉଡ୍ ଅଭିନେତା, ଅଭିନେତ୍ରୀ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।
ସୁଶାନ୍ତ ସିଂ ଅଭିନୟ କରିଥିବା ବାୟୋପିକ୍ ‘ଏମ୍.ଏସ୍ ଧୋନି: ଅନ୍ଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା। ଏହି ଫିଲ୍ମ ପରେ ସୁଶାନ୍ତଙ୍କ ଫ୍ୟାନ୍ସ ଫଲୋର୍ସ ଆହୁରି ଅଧିକ ବଢ଼ି ଯାଇଥିଲେ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ଫିଲ୍ମରେ ସୁଶାନ୍ତ ଅଭିନୟ କରିବା ପୂର୍ବରୁ ବଲିଉଡ୍ର ଜଣେ ସୁପରଷ୍ଟାର ଏଥିରେ ଅଭିନୟ କରିବାକୁ ଚାହୁଁଥିଲେ। ହେଲେ ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏଥିରେ ରାଜି ନ ହେବାରୁ ସମ୍ପୃକ୍ତ ଅଭିନେତା ଜଣକ ଏହି ବାୟୋପିକ୍ରେ ଅଭିନୟ କରି ନ ଥିଲେ। ଶେଷରେ ସୁଶାନ୍ତ ଏହି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ଥିଲେ। କହିବାକୁ ଗଲେ ରାତାରାତି ଏହି ଫିଲ୍ମ ସୁଶାନ୍ତଙ୍କ ଭାଗ୍ୟ ବଦଳାଇ ଦେଇଥିଲେ।
ତେବେ ଏହି ବାୟୋପିକ୍ରେ ଅଭିନୟ କରିବାକୁ ଚାହୁଁଥିବା ଅଭିନେତା ଜଣକ ଆଉ କେହି ନୁହଁନ୍ତି, ବରଂ ସୁପରଷ୍ଟାର ଅକ୍ଷୟ କୁମାର।
ଅକ୍ଷୟ କୁମାର ‘ଏମ୍.ଏସ୍ ଧୋନି: ଅନ୍ଟୋଲ୍ଡ ଷ୍ଟୋରୀ’ ବାୟୋପିକ୍ରେ ଅଭିନୟ କରିବାକୁ ଚାହୁଁଥିଲେ। ହେଲେ ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏଥିରେ ରାଜି ହୋଇନଥିଲେ। ନୀରଜ, ଅକ୍ଷୟଙ୍କୁ କହିଥିଲେ ଯେ, ଏହି ଚରିତ୍ରରେ ଅଭିନୟ କରିବା ପାଇଁ ସେ ଫିଟ୍ ନୁହଁନ୍ତି। ଏହି କଥାକୁ ଅକ୍ଷୟ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ।
/odishatv-khabar/media/post_attachments/wp-content/uploads/2020/06/akshay.jpg)
ଯେତେବେଳେ ଏହି ଘଟଣାକୁ ନେଇ ନୀରଜଙ୍କୁ ପଚରା ଯାଇଥିଲେ ସେ କହିଥିଲେ ଯେ, ଏହା ସମ୍ଭବପର ନ ଥିଲା ଯେ, ଅକ୍ଷୟ ଏହି ଫିଲ୍ମରେ ୧୬-୧୭ ବର୍ଷ ବୟସର ଅର୍ଥାତ୍ ଧୋନିଙ୍କ ୟଙ୍ଗ୍ ଭର୍ସନ ଭୂମିକାରେ ଅଭିନୟ କରିବା। ଏହି କାରଣ ଯୋଗୁ ମୁଁ ଅକ୍ଷୟଙ୍କୁ ମନା କରି ଦେଇଥିଲି।
ନୀରଜ ଆହୁରି ମଧ୍ୟ କହିଥିଲେ ଯେ, ‘ଏହି ବାୟୋପିକ୍ ପାଇଁ ସୁଶାନ୍ତ ଫିଲ୍ଡରେ ବହୁତ ପରିଶ୍ରମ କରିଥିଲେ। ପୂର୍ବତନ କ୍ରିକେଟର କିରଣ ମୋରେ ସୁଶାନ୍ତଙ୍କୁ ଟ୍ରେନିଂ ଦେଇଥିଲେ।’
‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)