Advertisment

ପେଟ୍ରୋଲ ପରେ ଡିଜେଲ ଦରରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ପେଟ୍ରୋଲ ପରେ ଡିଜେଲ୍‌ ଦରରେ ଲାଗିଲା ନିଆଁ। ପେଟ୍ରୋଲ ୧୦୦ ଟଙ୍କା ପାର୍‌ କରିଥିବା ବେଳେ ଏବେ ଡିଜେଲ ୧୦୦ ଟଙ୍କା ପାର୍‌ କରିଛି। ରାଜସ୍ଥାନରେ ଡିଜେଲ ଦର ଆଜି ୧୦୦ ଟଙ୍କା ପାର୍‌ ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପେଟ୍ରୋଲ ପରେ ଡିଜେଲ ଦରରେ ଲାଗିଲା ନିଆଁ

petrol price hiked

ନୂଆଦିଲ୍ଲୀ: ପେଟ୍ରୋଲ ପରେ ଡିଜେଲ୍‌ ଦରରେ ଲାଗିଲା ନିଆଁ। ପେଟ୍ରୋଲ ୧୦୦ ଟଙ୍କା ପାର୍‌ କରିଥିବା ବେଳେ ଏବେ ଡିଜେଲ ୧୦୦ ଟଙ୍କା ପାର୍‌ କରିଛି। ରାଜସ୍ଥାନରେ ଡିଜେଲ ଦର ଆଜି ୧୦୦ ଟଙ୍କା ପାର୍‌ ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପ୍ରତି ଲିଟରକୁ ୧୦୦ ଟଙ୍କା ଉପରେ ରହିଛି। ଶ୍ରୀଗଙ୍ଗାନଗରରେ ପ୍ରତି ଲିଟରକୁ ପେଟ୍ରୋଲ ଦର ୧୦୭ ଟଙ୍କା ୨୩ ପଇସା ଥିବାବେଳେ ଡିଜେଲ ୨୫ ପଇସା ବୃଦ୍ଧି ପାଇ ୧୦୦ ଟଙ୍କା ୬ ପଇସାରେ ପହଞ୍ଚିଛି।

Advertisment

ଆଜି ପ୍ରତି ଲିଟରକୁ ପେଟ୍ରୋଲ ୨୨ ପଇସା ଓ ଡିଜେଲ ୩୨ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଲିଟର ପ୍ରତି ୯୬ ଟଙ୍କା ୧୨ ପଇସା ଥିବାବେଳେ ଡିଜେଲ ୮୬ ଟଙ୍କା ୯୮ ପଇସା ରହିଛି। ଗତ କିଛିମାସ ହେବ ଅନେକ ସହରରେ ପେଟ୍ରୋଲ ୧୦୦ ଟଙ୍କା ପାର୍‌ କରିଥିବା ରେକର୍ଡ କରାଯାଇଛି।

ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଲଦାଖରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି। ସେହିପରି କର୍ଣ୍ଣାଟକର ବିଭିନ୍ନ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପ୍ରତି ୯୯ ଟଙ୍କା ୩୯ ପଇସା ଥିବାବେଳେ ଡିଜେଲ ୯୨ ଟଙ୍କା ୨୭ ପଇସା ରହିଛି।

Advertisment

ମେ’ ୪ରୁ ବର୍ତ୍ତମାନ ସୁଦ୍ଧା ୨୩ଥର ତୈଳ ଦରରେ ବୃଦ୍ଧି ଘଟିବା ସହ ପେଟ୍ରୋଲ ଲିଟର ପ୍ରତି ୫ ଟଙ୍କା ୭୨ ପଇସା ଓ ଡିଜେଲ ୬ ଟଙ୍କା ୨୫ ପଇସା ବର୍ତ୍ତମାନ ସୁଦ୍ଧା ବୃଦ୍ଧି ପାଇଲାଣି। ନିର୍ବାଚନ ପର ଠାରୁ ଲଗାତାର ଭାବେ ବୃଦ୍ଧି ପାଉଛି ତୈଳ ଦର।

Advertisment
Advertisment