Advertisment

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍‌ବିଦା କହି ଚାଲିଯାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଳାକାର। ପ୍ରଥମେ ଇର୍‌ଫାନ, ପରେ ଋଶି କପୁର, ସଚିନ କୁମାର,ସାଇ ଗୁଣ୍ଡେରା, ଗୀତିକାର ଯୋଗେଶ୍‌ ଗୌର, ୱାଜିଦ୍‌ ଖାନ୍‌, ରବି ଚୋପ୍ରା(ରତନ)ଙ୍କ ଦେହାନ୍ତ ବଲିଉଡ୍‌ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ […]

author-image
Rajalaxmi Sahoo
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

sushant

ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍‌ବିଦା କହି ଚାଲିଯାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଳାକାର। ପ୍ରଥମେ ଇର୍‌ଫାନ, ପରେ ଋଶି କପୁର, ସଚିନ କୁମାର,ସାଇ ଗୁଣ୍ଡେରା, ଗୀତିକାର ଯୋଗେଶ୍‌ ଗୌର, ୱାଜିଦ୍‌ ଖାନ୍‌, ରବି ଚୋପ୍ରା(ରତନ)ଙ୍କ ଦେହାନ୍ତ ବଲିଉଡ୍‌ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ସାଗରରେ ବୁଡ଼ାଇ ଦେଇଥିଲା।

Advertisment

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ରସି ଲଗାଇ ୩୪ ବର୍ଷୀୟ ସୁଶାନ୍ତ ଆତ୍ମହତ୍ୟା କରିଥିବା ସୂଚନା ମିଳଛି। ସୁଶାନ୍ତଙ୍କ ଘରୋଇ ସହାୟକ ଫୋନ୍ କରି ପୁଲିସ୍‌ ସୂଚନା ଦେଇଥିଲେ ବୋଲି ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ବାନ୍ଦ୍ରା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପୁଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ସୂଚନା ମିଳିଛି।

Advertisment

ସୂଚନାଥାଉ କି, କିଛି ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଦିଶା ମୁମ୍ବାଇ ସ୍ଥିତ ବାସଭବନର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ।

‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।

ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ହୋଇଥିଲା। 

Sushant Singh Rajput Sushant Singh Rajput Suicide Sushant Singh Rajput Latest News Sushant Singh Rajput Movie Sushant Singh Rajput News ସୁଶାନ୍ତ ସିଂ ରାଜପୁତ ଖବର
Advertisment
Advertisment