Advertisment

ଟ୍ରକ୍‌କୁ ଓଭର୍‌ଟେକ୍‌ ବେଳେ ଭୟଙ୍କର ଦୁର୍ଘଟଣା

କେନ୍ଦ୍ରାପଡ଼ା: କାଳ ହେଲା ଓଭର୍‌ଟେକ୍‌ ନିଶା। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ୍ ବୋଝେଇ ଟ୍ରକ୍‌ଟି ଆଉ ଏକ ଟ୍ରକ୍‌କୁ ଓଭର୍‌ଟେକ୍‌ କରିବା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଇରନ୍‌ ବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମୋଟା ଗାଁର ନରହରି ପ୍ରଧାନ। […]

author-image
Rajalaxmi Sahoo
ଟ୍ରକ୍‌କୁ ଓଭର୍‌ଟେକ୍‌ ବେଳେ ଭୟଙ୍କର ଦୁର୍ଘଟଣା

accident

କେନ୍ଦ୍ରାପଡ଼ା: କାଳ ହେଲା ଓଭର୍‌ଟେକ୍‌ ନିଶା। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ଏକ ଆଇରନ୍ ବୋଝେଇ ଟ୍ରକ୍‌ଟି ଆଉ ଏକ ଟ୍ରକ୍‌କୁ ଓଭର୍‌ଟେକ୍‌ କରିବା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଇରନ୍‌ ବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମୋଟା ଗାଁର ନରହରି ପ୍ରଧାନ।

ଖବର ପାଇ ମାର୍ଶାଘାଇ ଓ ମହାକାଳପଡାର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗାଡ଼ିକୁ କାଟି ମୃତଦେହ ବାହାର କରିଥିଲେ। ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Truck Accident In Kendrapara Kendrapara Road Accident Kendrapara News Today Kendrapara News Kendrapara Latest News
Advertisment
Advertisment