Advertisment

ଜନ୍ମ ହେଲା ଛୁଆର ବୟସ ୨୭ ବର୍ଷ, ମାଆଠାରୁ ଦେଢ଼ ବର୍ଷ ସାନ

ବି‍ଜ୍ଞାନ ମଣିଷକୁ ଅନେକ ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚାଇଛି। ଯେମିତିକି ଅନ୍ୟଗ୍ରହରେ ମଣିଷକୁ ବିଜ୍ଞାନ ହିଁ ପହଞ୍ଚାଇପାରିଛି। ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ଗୋଟିଏ ୨୭ ବର୍ଷର ଶିଶୁ ଜନ୍ମ ହୋଇଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ କଥାଟା ଠିକ୍‌। କିନ୍ତୁ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ହିସାବ କରାଯାଇଛି। ପ୍ରକୃତରେ, ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ଭ୍ରୁଣକୁ  ଫ୍ରିଜ୍‌ କରାଯାଇଥିଲା। ଏହି ଭ୍ରୁଣ ଫେବୃଆରୀ […]

author-image
Dibakar Sahoo
ଜନ୍ମ ହେଲା ଛୁଆର ବୟସ ୨୭ ବର୍ଷ, ମାଆଠାରୁ ଦେଢ଼ ବର୍ଷ ସାନ

1

ବି‍ଜ୍ଞାନ ମଣିଷକୁ ଅନେକ ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚାଇଛି। ଯେମିତିକି ଅନ୍ୟଗ୍ରହରେ ମଣିଷକୁ ବିଜ୍ଞାନ ହିଁ ପହଞ୍ଚାଇପାରିଛି। ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି।

Advertisment

ଆମେରିକାରେ ଗୋଟିଏ ୨୭ ବର୍ଷର ଶିଶୁ ଜନ୍ମ ହୋଇଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ କଥାଟା ଠିକ୍‌। କିନ୍ତୁ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ହିସାବ କରାଯାଇଛି।

ପ୍ରକୃତରେ, ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ଭ୍ରୁଣକୁ  ଫ୍ରିଜ୍‌ କରାଯାଇଥିଲା। ଏହି ଭ୍ରୁଣ ଫେବୃଆରୀ ୨୦୨୦ରେ, ଗିବସନ୍ ପରିବାରର ଟିନା ଗିବସନ୍ ନାମକ ଜଣେ ମହିଳାଙ୍କ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ଟିନା ଚଳିତ ବର୍ଷ ଅକ୍ଟୋବରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

Advertisment

ଟିନା ଗିବସନ୍ ୧୯୯୧ରେ ଜନ୍ମ ହୋଇଥିଲେ ଏବଂ ସେ ବେଞ୍ଜାମିନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରି ଦୀର୍ଘ ୧୦ ବର୍ଷ ଧରି ତାଙ୍କ ସହ ରହିଆସୁଛନ୍ତି। ହେଲେ ସେ ଜନ୍ମ ଦେଇଥିବା ଛଆ ଠାରୁ ତାଙ୍କର ବୟସ ମାତ୍ର ଦେଢ଼ ବର୍ଷ ତଫାତ୍‌ ବୋଲି ଜଣାପଡ଼ିଛି।

ଟିନାଙ୍କ ସ୍ୱାମୀ ସିଷ୍ଟିକ୍ ଫାଇବ୍ରୋସିସ୍ ନାମକ ଏକ ରୋଗରେ ଆକ୍ରାନ୍ତ। ଏହି ରୋଗ କାରଣରୁ ସେ ବାପା ହୋଇପାରିବେ ନାହିଁ। ୨୦୧୭ମସିହାରେ, ଟିନାଙ୍କ ପିତାମାତା ଏକ ସ୍ଥାନୀୟ ସମ୍ବାଦ ଷ୍ଟେସନରେ ନ୍ୟାସନାଲ୍ ସ୍ପର୍ମ ଡୋନେସନ୍‌ କେନ୍ଦ୍ର ନାମକ ଏକ ସଂସ୍ଥା ବିଷୟରେ ପଢ଼ି ଥିଲେ। ଯାହା ମହିଳାମାନଙ୍କୁ ଭ୍ରୁଣ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ପ୍ରଥମେ ଟିନା ଏହି ଧାରଣାକୁ ଅଧିକ ଚିନ୍ତା କରିନଥିଲେ, କିନ୍ତୁ ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ଏହି ଅନୁଷ୍ଠାନକୁ ଯିବାକୁ ସ୍ଥିର କଲେ।

ତେଣୁ ସେ ଏହି କେନ୍ଦ୍ରକୁ ଯାଇ ସ୍ପର୍ମ ଗ୍ରହଣକରି ଗର୍ଭବତୀ ହୋଇଥିଲେ ଏବଂ ଅକ୍ଟୋବରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

Advertisment
Advertisment