Advertisment

୧୪ ଦିନିଆ ଲକ୍‌ଡାଉନ୍: ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆସନ୍ତୁ ଜାଣିବା ଏହି ଲକ୍‌ଡାଉନ୍‌ ବେଳେ କ’ଣ ସବୁ ଖୋଲା ରହିବ… ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ସକାଳ ୬ରୁ ଦିନ ୧ଟା ଯାଏ କ୍ଷୀର, ପରିବା […]

author-image
Rajalaxmi Sahoo
୧୪ ଦିନିଆ ଲକ୍‌ଡାଉନ୍: ଜାଣନ୍ତୁ କ’ଣ ଖୋଲା ରହିବ

lockdown

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ।

Advertisment

ଆସନ୍ତୁ ଜାଣିବା ଏହି ଲକ୍‌ଡାଉନ୍‌ ବେଳେ କ’ଣ ସବୁ ଖୋଲା ରହିବ...

  • ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ସକାଳ ୬ରୁ ଦିନ ୧ଟା ଯାଏ କ୍ଷୀର, ପରିବା ଓ ତେଜରାତି ଦୋକାନ ଖୋଲା ରହିବ। ଖାଦ୍ୟ, ଗ୍ରୋସରୀ, ପରିବା, ମାଛ, ମାଂସ ଓ ଅଣ୍ଡାର ହୋମ୍ ଡେଲିଭରି ଜୋମାଟୋ, ସ୍ୱିଗି, OPOLFED, OMFED ଓ ଚିଲିକା ଫ୍ରେସ୍ ଦ୍ୱାରା ହୋଇପାରିବ।
  • ହସ୍ପିଟାଲ, ନର୍ସିଂହୋମ, କ୍ଲିନିକ୍ ଓ ଔଷଧ ଦୋକାନକୁ କଟକଣା ମୁକ୍ତ କରାଯାଇଛି।
  • କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟ, ମାଛଚାଷ, ପଶୁପାଳନ କଟକଣାମୁକ୍ତ ରହିବ। ଇଣ୍ଡଷ୍ଟ୍ରି, ଫ୍ୟାକ୍ଟ୍ରି, ନିର୍ମାଣ କାର୍ଯ୍ୟ ଚାଲିପାରି।
  • ହୋଟେଲ୍, IT/ITeS ସ୍ୱଳ୍ପ କର୍ମଚାରୀରେ  କାର୍ଯ୍ୟ ଚାଲିବ।
  • ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖାଦ୍ୟ ପାର୍ସଲ ଦେଇପାରିବେ। ପେଟ୍ରୋଲ ପମ୍ପ୍, ସିଏନ୍‌ଜି ଷ୍ଟେସନ୍, ରନ୍ଧନ ଗ୍ୟାସ ବିତରଣ ଖୋଲା ରହିବ।
  • ଅନୁମତିପ୍ରାପ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଖୋଲା ରହିବ।
  • ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତିମ ସଂସ୍କାର କରିହେବ।
  • ଏୟାରପୋର୍ଟ, ରେଲ୍‌ୱେ ଷ୍ଟେସନ ଓ ବସ୍ ଟର୍ମିନାଲ ଖୋଲା ରହିବ।
  • ଜାତୀୟ ରାଜପଥରେ ଯାନବାହନ ଚାଲିବ ଓ ମାଲ୍ ପରିବହନ ଜାରି ରହିବ।
  • ଏୟାରପୋର୍ଟ, ରେଲ୍‌ୱେ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡ୍‌କୁ ବସ୍, ଟାକ୍ସି, ବ୍ୟକ୍ତିଗତ ଗାଡ଼ି ଯାଇପାରିବ। କିଛି ନିର୍ଦ୍ଦିଷ୍ଟ ଜରୁରୀକାଳୀନ ସରକାରୀ ଅଫିସ୍ ଖୋଲା ରହିବ। ସ୍ୱଳ୍ପ କର୍ମଚାରୀରେ କାମ କରିବେ ଏଟିଏମ୍, ଟ୍ରେଜେରି, ପୋଷ୍ଟ ଅଫିସ୍ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା। 
  • ଘରୋଇ ପରିବହନ ଓ ଟାକ୍ସି ଓଲା, ଉବେରକୁ ଅନୁମତି।
  • ପାଣିପାଗ ବିଭାଗ ଓ ଜାତୀୟ ସୂଚନା କେନ୍ଦ୍ର ଖୋଲା ରହିବ।
  • ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଖୋଲା ରହିବ। କ୍ଲିନିକ୍, ନର୍ସିଂହୋମ୍ ଓ ଔଷଧ ଦୋକାନ ଖୋଲା ରହିବ।
  • ଆମ୍ବୁଲାନ୍ସ, ଡାକ୍ତର, ପାରା ମେଡିକାଲ ଓ ସ୍ୱାସ୍ଥ୍ୟକର୍ମୀ କଟକଣା ମୁକ୍ତ।

ଆହୁରି ମଧ୍ୟ ପଢ଼ନ୍ତୁ: ‘ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି’

Advertisment
Lockdown Lockdown In Odisha Lockdown News Odisha
Advertisment
Advertisment