Advertisment

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ କମୁଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା ସମ୍ପର୍କିତ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି, ୧୫ ଶହରୁ ୧୬ ଶହ ଅର୍ଥାତ୍ ପ୍ରାୟ ୭୫% ହୋମ୍ ଆଇସୋଲେସନରେ ଅଛନ୍ତି। ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଶହେରୁ ଅଧିକ ଆଇସିୟୁ ବେଡ୍ ଖାଲି ଅଛି। ଦୈନିକ ୩୦ରୁ ୩୫ ରୋଗୀଙ୍କୁ ଫାଭିପିରାଭିର୍ ଦିଆଯାଉଛି ବୋଲି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱରରୁ ୧୧୦ କରୋନା […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

coronavirus

Advertisment

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ କମୁଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା ସମ୍ପର୍କିତ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି, ୧୫ ଶହରୁ ୧୬ ଶହ ଅର୍ଥାତ୍ ପ୍ରାୟ ୭୫% ହୋମ୍ ଆଇସୋଲେସନରେ ଅଛନ୍ତି। ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଶହେରୁ ଅଧିକ ଆଇସିୟୁ ବେଡ୍ ଖାଲି ଅଛି। ଦୈନିକ ୩୦ରୁ ୩୫ ରୋଗୀଙ୍କୁ ଫାଭିପିରାଭିର୍ ଦିଆଯାଉଛି ବୋଲି କମିଶନର ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ଭୁବନେଶ୍ୱରରେ ୧୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ କ୍ୱାରେଣ୍ଟିନ୍‌ କେସ୍‌ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୭୭। ସେହିପରି ଦିନକରେ ୨୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍‌ସି ସୂଚନା ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ