Advertisment

Major Accident: ଭୟଙ୍କର ଦୁର୍ଘଟଣା; ବୋଲେରୋ-ଆମ୍ବୁଲାନ୍ସ୍ ମୁହାଁମୁହିଁ ଧକ୍କା

ବୋଲେରୋ- ଆମ୍ବୁଲାନ୍ସ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସାମ୍ନାରେ ଦୁର୍ଘଟଣା। ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନନ୍ତର କରାଯାଇଛି।

Accident

Accident Photograph: (OTV)

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ଡ଼େଙ୍ଗାଉସ୍ତା ମୁଖ୍ୟ ରାସ୍ତା କପାମଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ସହ ଆମ୍ବୁଲାନ୍ସ୍ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଦୁଇ ଜଣ ଗୁରୁତର। ସକାଳୁ ସକାଳୁ ରାୟଗଡା କାଶୀପୁର ଲଳିତା ନାୟକ କଟକ ମେଡିକାଲ ଚିକିତ୍ସା ହୋଇ ବୋଲେରୋରେ ନିଜ ଘରକୁ ଫେରୁଥିଲେ।ସାଙ୍ଗରେ ଲଳିତାଙ୍କ ଭଉଣୀ ଏବଂ ଭଣଜା ରହିଥିଲେ। 

Advertisment

ଦିଗପହଣ୍ଡି କପା ମଣ୍ଡି ସମ୍ମୁଖରେ ଗଜପତି ପଟରୁ ଆସୁଥିବା ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ବୁଲେରୋ ମୁହାଁ ମୁହିଁ ଧକ୍କା ହୋଇ ଥିଲା। ଦୁର୍ଘଟଣାରେ ଲଳିତା ମୃତୁ ହୋଇଥିବା ବେଳେ ତାଙ୍କ ଭଉଣୀ ଭଣଜା ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରା ଯାଇଛି।ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଲାଇଛି।

ବୋଲେରୋ- ଆମ୍ବୁଲାନ୍ସ୍ ମୁହାଁମୁହିଁ ଧକ୍କା 
ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସାମ୍ନାରେ ଦୁର୍ଘଟଣା
ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନନ୍ତର କରାଯାଇଛି 
ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି

Advertisment
Accident Major Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ