Advertisment

ଅଭିଯୋଗକାରୀ ହିଁ ନିଜେ ଲୁଟେରା

ବାଲିଗୁଡ଼ା: ଅଭିଯୋଗକାରୀ ହିଁ ନିଜେ ଲୁଟେରା।  କଟକ ପରେ ଏଭଳି ଘଟଣା ପୁଣି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ସୂଚନା ଅନୁସାରେ, ଗତ ଏପ୍ରିଲ ୩ ତାରିଖରେ ଦାରିଙ୍ଗିବାଡି ନିକଟ ପଟାଙ୍ଗିରେ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏକ ଘରୋଇ ସ୍କୁଲର ମ୍ୟାନେଜର ଏମ୍‌.ଡ଼ି ନୁରାଲି ଟଙ୍କା ନେଇ ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ସେ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ […]

author-image
Otv Khabar Bureau
ଅଭିଯୋଗକାରୀ ହିଁ ନିଜେ ଲୁଟେରା

youth held

ବାଲିଗୁଡ଼ା: ଅଭିଯୋଗକାରୀ ହିଁ ନିଜେ ଲୁଟେରା।  କଟକ ପରେ ଏଭଳି ଘଟଣା ପୁଣି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ।

Advertisment

ସୂଚନା ଅନୁସାରେ, ଗତ ଏପ୍ରିଲ ୩ ତାରିଖରେ ଦାରିଙ୍ଗିବାଡି ନିକଟ ପଟାଙ୍ଗିରେ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏକ ଘରୋଇ ସ୍କୁଲର ମ୍ୟାନେଜର ଏମ୍‌.ଡ଼ି ନୁରାଲି ଟଙ୍କା ନେଇ ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ସେ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଥିଲେ।

ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଘଟଣାକୁ ପ୍ରାୟ ମାସେ ପରେ ପୋଲିସ ମାମଲାର ପର୍ଦ୍ଦାଫାସ କରିବା ସହ ଏହା ପଛରେ ନିଜେ ମ୍ୟାନେଜର ହିଁ ସଂପୃକ୍ତି ଥିବା ସ୍ପଷ୍ଟ କରିଛି।

Advertisment

ନିଜ ବ୍ୟକ୍ତିଗତ କାମରେ ସ୍କୁଲ ଟଙ୍କା ଖର୍ଚ୍ଚ କରିବା ପରେ ଉକ୍ତ ଟଙ୍କାକୁ ଆତ୍ମସାତ କରିବା ପାଇଁ ନୁରାଲି ଏଭଳି ଯୋଜନା କରିଥିବା ପୋଲିସ ସ୍ପଷ୍ଟ କରିଛି। ଘଟଣା ପଛରେ ତାଙ୍କ ପତ୍ନୀ ତଥା ସ୍କୁଲ ପ୍ରିନ୍ସପାଲ୍‌ଙ୍କ ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି।

Loot Fake Loot
Advertisment
Advertisment