/odishatv-khabar/media/post_attachments/uploadimage/library/16_9/16_9_0/dead-body-55_1626437689.jpg)
representational image
ବଲାଙ୍ଗିର: ବଲାଙ୍ଗିରରେ ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର। ସୂଚନା ଅନୁସାରେ ଉଡ଼ଇାପାଳ ଗାଁର ଯୁବକ ଜଣକ କଦମ୍ବପଡ଼ା ଗାଁରେ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
Advertisment
ଦେଢ଼ ବର୍ଷ ପୂର୍ବେ ଯୁବକ ଜଣକ ୨ଟି ସନ୍ତାନ ଥିବା ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ। ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟାରୁ ହୋଇଛି ତାହା ଜଣାପଡ଼ିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)