Advertisment

ତ୍ରିକୋଣୀୟ ପ୍ରେମରୁ ହତ୍ୟା ଉଦ୍ୟମ

ରାୟଗଡ଼ା: ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା। ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ। ଏଭଳି ଘଟଣା ଘଟିଛି  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ। ସୂଚନା ଅନୁସାରେ, କାଣିପାଇ ଗାଁର ଜଣେ ଯୁବତୀଙ୍କୁ ବଳଦିଆ ଗାଁର ଯୁବକ କୁରୁମା ପ୍ରାସ୍କାକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରେମିକା ଅନ୍ୟ ଜଣେ […]

author-image
Otv Khabar Bureau
ତ୍ରିକୋଣୀୟ ପ୍ରେମରୁ ହତ୍ୟା ଉଦ୍ୟମ

youth attacks girl

ରାୟଗଡ଼ା: ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା। ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ। ଏଭଳି ଘଟଣା ଘଟିଛି  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ।

Advertisment

ସୂଚନା ଅନୁସାରେ, କାଣିପାଇ ଗାଁର ଜଣେ ଯୁବତୀଙ୍କୁ ବଳଦିଆ ଗାଁର ଯୁବକ କୁରୁମା ପ୍ରାସ୍କାକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହ  ବୁଲୁଥିବା ଦେଖି ସହ୍ୟ କରି ପାରି ନଥିଲା କୁରୁମା। ତେଣୁ ଗତ ୭ ତାରିଖରେ ସେ ପ୍ରେମିକାଙ୍କ ଘରକୁ ଯାଇ ପ୍ରେମ ନିବେଦନ କରିବା ସହ  ବିବାହ ପ୍ରସ୍ତାବ ଦେଇଥିଲା। କିନ୍ତୁ ଯୁବତୀ ଜଣକ କୁରୁମାଙ୍କୁ ବିବାହ କରିବାକୁ ସିଧାସଳଖ ମନା କରି ଦେଇଥିଲେ। ଏହାପରେ କୁରୁମା କ୍ରୋଧାନ୍ୱିତ ହୋଇ ଯୁବତୀଙ୍କୁ ଛୁରୀରେ ଭୁସି ଦେଇଥିଲେ ଓ ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ କୁରୁମାକୁ ଗିରଫ କରିବା ସହ ଆଇପିସି ଧାରା ୩୦୭,୩୨୪ ଓ ୩୨୩ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisment
Odisha Kalyansinghpur Rayagada One-sided Love Affair
Advertisment
Advertisment