Advertisment

ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା

ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]

author-image
Otv Khabar Bureau
ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା

yedi -1

ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ।

Advertisment

publive-imageଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ ୟେଦ୍ୟୁରପ୍ପା। କହିଲେ ଜନମତ କଂଗ୍ରେସ, ଜେଡିଏସ୍‌କୁ ମିଳି ନଥିଲା। ଏକଥାକୁ ନେଇ ସେ ଗାଁ ଗାଁ ଯିବେ ଓ ଲୋକଙ୍କୁ ବୁଝାଇବେ। ୮ ମିନିଟ୍‌ର ଭାଷଣ ପରେ ରାଜ୍ୟପାଳଙ୍କ ପାଖକୁ ଯାଇ ଇସ୍ତଫା ଦେଇଦେଲେ ବି.ଏସ୍. ୟେଦ୍ୟୁରପ୍ପା।

ଏପଟେ ୟେଦ୍ୟୁରପ୍ପାଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହି ବିଜେପି ଉପରେ ବର୍ଷିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ବିଜେପି ଜନାଦେଶକୁ ଅପମାନିତ କରିବାକୁ ଚେଷ୍ଟା କରିଛି। ଆମ ବିଧାୟକଙ୍କୁ କିଣିବାର ଅପଚେଷ୍ଟା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛି। ତେବେ ଆଜି କର୍ଣ୍ଣାଟକ ମୋଦି, ଅମିତ ଶାହାଙ୍କୁ ଉଚିତ ଶିକ୍ଷା ଦେଇଛି। ଲୋକମତ ଠାରୁ କ୍ଷମତା, ଟଙ୍କା ବଡ଼ ନୁହେଁ ବୋଲି କହିଛନ୍ତି ରାହୁଲ୍।

Advertisment

publive-imageୟେଦିଙ୍କ ଅଗ୍ନିପରୀକ୍ଷାକୁ ନେଇ ଆଜି ସାରା ଦେଶର ନଜର ଥିଲା କର୍ଣ୍ଣାଟକ ମହାନାଟକ ଉପରେ। କଣ ହେବ ବିଜେପି ସରକାରର ଭାଗ୍ୟ? ଆସ୍ଥାଭୋଟ୍‌କୁ ନେଇ ଉତ୍କଣ୍ଠା ବଢୁଥିଲା। ଏପଟେ ଜୋର୍‌ଦାର ହୋଇଥିଲା କିଣାବିକା, ଯୋଡ୍‌ତୋଡ୍‌, ଲୁଚକାଳି ରାଜନୀତି। ହାଇଦ୍ରାବାଦରୁ ଫେରି ଆଜି ସକାଳୁ ବେଙ୍ଗାଲୁରୁର ଏକ ହୋଟେଲ୍‌ରେ ଗୋଠ କରିଥିଲେ ଜେଡିଏସ୍ ଓ କଂଗ୍ରେସ ବିଧାୟକ।

ବିଜେପି ମଧ୍ୟ ନିଜ ଗୋଠକୁ ଧରି ହୋଟେଲ୍‌ରେ ଡେରା ପକାଇଥିଲା। ହେଲେ ୟା ଭିତରେ କଂଗ୍ରେସର ଦୁଇ ବିଧାୟକ ନିଖୋଜ ହେବା ଏବଂ ଉଭୟଙ୍କୁ ଏକ ହୋଟେଲ୍‌ରୁ ଉଦ୍ଧାର କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ବିଧାନସଭା ଅଣାଯିବା ଥିଲା କର୍ଣ୍ଣାଟକ ନାଟକର ଅନ୍ୟତମ ରୋଚକ କାହାଣୀ। ଶେଷରେ ସଂଖ୍ୟା ଯୋଗାଡ଼ର ସବୁ ଆଶା ମରିଯିବା ପରେ ୟେଦ୍ୟୁରପ୍ପାଙ୍କ ପାଇଁ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବାର ସବୁ ବାଟ ଯେମିତି ବନ୍ଦ ହୋଇଯାଇଥିଲା। ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ୟେଦି।

Karnataka Karnataka CM Trust Vote
Advertisment
Advertisment