Advertisment

ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କଲେ ୟେଦୁରପ୍ପା

ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ରାଜନୀତି। କିଏ ଗଢିବ ସରକାର ସେ ନେଇ ସସ୍‌ପେନ୍ସ ଲାଗି ରହିଛି। ସେପଟେ ସରକାର ଗଢିବାକୁ ଲାଗିପଡିଛନ୍ତି ବିଜେପି ଓ ଜେଡିଏସ୍-କଂଗ୍ରେସ ମେଣ୍ଟ। ଉଭୟ ଦଳ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା କହି ସରକାର ଗଠନ ଲାଗି ଦାବି କରିଛନ୍ତି। ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ବି.ଏସ୍. ୟେଦୁରପ୍ପା। ଏହାପରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ସୁଯୋଗ […]

author-image
Otv Khabar Bureau
ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କଲେ ୟେଦୁରପ୍ପା

yy

ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ରାଜନୀତି। କିଏ ଗଢିବ ସରକାର ସେ ନେଇ ସସ୍‌ପେନ୍ସ ଲାଗି ରହିଛି। ସେପଟେ ସରକାର ଗଢିବାକୁ ଲାଗିପଡିଛନ୍ତି ବିଜେପି ଓ ଜେଡିଏସ୍-କଂଗ୍ରେସ ମେଣ୍ଟ।

Advertisment

ଉଭୟ ଦଳ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା କହି ସରକାର ଗଠନ ଲାଗି ଦାବି କରିଛନ୍ତି। ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ବି.ଏସ୍. ୟେଦୁରପ୍ପା। ଏହାପରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ସୁଯୋଗ ଦେବାକୁ ଦାବି କରିଛନ୍ତି।

publive-imageବିଜେପିକୁ ସ୍ୱାଧୀନ ବିଧାୟକମାନେ ସମର୍ଥନ କରୁଛନ୍ତି। ଫଳରେ ସରକାର ଗଠନ ଲାଗି ବିଜେପିକୁ ସୁଯୋଗ ଦିଆଯାଉ ବୋଲି ଦାବି କରଛନ୍ତି ୟେଦୁରପ୍ପା। ଯେତେ ଶୀଘ୍ର ସମ୍ଭବ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟପାଳ ତାଙ୍କୁ କହିଥିବା ସୂଚନା ଦେଇଛନ୍ତି ୟେଦୁରପ୍ପା। ସେପଟେ ସରକାର ଗଠନ ଲାଗି ଜେଡ଼ିଏସ୍-କଂଗ୍ରେସ ମେଣ୍ଟ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ନିକଟକରେ ଆବଶ୍ୟକ ସମର୍ଥନ ଥିବା ଦୁଇ ଦଳ ଦାବି କରୁଛନ୍ତି। ଆଜି ଜେଡିଏସ୍‌ର ନବନିର୍ବାଚିତ ବିଧାୟକମାନେ ଏଚ.ଡି. କୁମାର ସ୍ୱାମୀଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୁମାର ସ୍ୱାମୀ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପି ଜେଡିଏସ୍‌ର ୩୮ ବିଧାୟକଙ୍କୁ ଲୋଭନୀୟ ଅଫର୍ ଦେଇଥିବା ସେ କହିଛନ୍ତି।

Advertisment

publive-imageବିଜେପି ପ୍ରତି ବିଧାୟକଙ୍କୁ ୧୦୦ କୋଟି ଟଙ୍କା ଓ ମନ୍ତ୍ରୀ ପଦର ପ୍ରସ୍ତାବ ଦେଇଛି। ବିଜେପି ତାଙ୍କ ଠାରୁ ମଧ୍ୟ ସମର୍ଥନ ଲୋଡିଥିଲା ବୋଲି କୁମାର ସ୍ୱାମୀ କହିଛନ୍ତି।  ତେବେ ବିଜେପି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯଦି ବିଜେପି ଆମ ଦଳର ବିଧାୟକଙ୍କୁ ନେବାକୁ ଚେଷ୍ଟା କରେ ତେବେ ଆମେ ମଧ୍ୟ ଏଭଳି କରିବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସେ ଆଜି ଆଉ ଥରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ ବୋଲି କୁମାରସ୍ୱାମୀ କହିଛନ୍ତି।

Form Govt Invite BJP Karnataka Governor Requests Yeddyurappa
Advertisment
Advertisment