Advertisment

ବିଶ୍ୱର ସବୁଠୁ ଛୋଟ ଦ୍ୱୀପ; ଯେଉଁଠି ଅଛି ମାତ୍ର ଗୋଟିଏ ଘର, ଗୋଟିଏ ଗଛ

ଦୁନିଆରେ ଅନେକ ଦ୍ୱୀପ ଅଛି ଯାହା ମନଲୋଭା ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ। ଏମିତି ଗୋଟେ ଦ୍ୱୀପ ରହିଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଦୁନିଆର ୨୦୦୦ ରୁ ଅଧିକ ଦ୍ୱୀପ ମଧ୍ୟରୁ ଏମିତି ଗୋଟେ ଦ୍ୱୀପ ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠୁ ଛୋଟ ଦ୍ୱୀପ। ଏହାର ଆକାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଯାଣିବା ସେହି ଦ୍ୱୀପ ବିଷୟରେ। ନ୍ୟୁୟର୍କର ଆଲେକ୍‌ଜାଣ୍ଡ୍ରିଆ ନାମକ ସ୍ଥାନରେ […]

ବିଶ୍ୱର ସବୁଠୁ ଛୋଟ ଦ୍ୱୀପ; ଯେଉଁଠି ଅଛି ମାତ୍ର ଗୋଟିଏ ଘର, ଗୋଟିଏ ଗଛ

smallest island

Advertisment

ଦୁନିଆରେ ଅନେକ ଦ୍ୱୀପ ଅଛି ଯାହା ମନଲୋଭା ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ। ଏମିତି ଗୋଟେ ଦ୍ୱୀପ ରହିଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଦୁନିଆର ୨୦୦୦ ରୁ ଅଧିକ ଦ୍ୱୀପ ମଧ୍ୟରୁ ଏମିତି ଗୋଟେ ଦ୍ୱୀପ ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠୁ ଛୋଟ ଦ୍ୱୀପ। ଏହାର ଆକାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଯାଣିବା ସେହି ଦ୍ୱୀପ ବିଷୟରେ।

Advertisment

publive-image

ନ୍ୟୁୟର୍କର ଆଲେକ୍‌ଜାଣ୍ଡ୍ରିଆ ନାମକ ସ୍ଥାନରେ ରହିଛି ଦୁନିଆର ସବୁଠାରୁ ଛୋଟ ଦ୍ୱୀପ। ଏହି ଦ୍ୱୀପର ନାମ ହେଉଛି ‘ଜଷ୍ଟ ରୁମ୍‌ ଏନଫ୍’। ଏହି ଦ୍ୱୀପର ଆକାର ଟେନିସ୍ କୋର୍ଟ ଅଥବା ଟେନିସ୍‌ ଖେଳାଯାଉଥିବା ପଡ଼ିଆ ଆକାରର। ଏହି ଦ୍ୱୀପରେ କେବଳ ଗୋଟିଏ ଘର ଓ ଗୋଟିଏ ଗଛ ରହିଛି। ଏହି ଦ୍ୱୀପ ମାତ୍ର ୩ ହଜାର ୩ ଶହ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତ। ଦୁନିଆର ସବୁଠାରୁ ଛୋଟ ଦ୍ୱୀପ ହୋଇଥିବାରୁ ଏହା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି।

publive-image

‘ଜଷ୍ଟ ରୁମ୍‌ ଏନଫ୍’ କେମିତି ପାଇଲା ଦ୍ୱୀପର ମାନ୍ୟତା 

‘ଜଷ୍ଟ ରୁମ୍‌ ଏନଫ୍’ ଦ୍ୱୀପ ପୂର୍ବରୁ ଆଟଲାଣ୍ଟିକ୍ ମହସାଗରରେ ଥିବା ‘ବିଶପ୍ ରକ୍’ ନାମକ ଦ୍ୱୀପ ଦୁନିଆର ସବୁଠାରୁ ଛୋଟ ଦ୍ୱୀପ ଥିଲା। କିନ୍ତୁ ଏବେ ନ୍ୟୁୟର୍କରେ ଥିବା ଏହି ଦ୍ୱୀପ ‘ବିଶପ୍ ରକ୍’ ଦ୍ୱୀପ ତୁଳନାରେ ଅଧା ଜାଗାରେ ରହିଛି। ୧୯୫୦ରେ ଏହି ଦ୍ୱୀପକୁ ଏକ ପରିବାର କିଣି ଥିଲେ। ସାପ୍ତାହିକ ଛୁଟି କାଟିବାକୁ ସେମାନେ ଏହି ଦ୍ୱୀପରେ ଗୋଟିଏ ଘର ଏବଂ ଗୋଟିଏ ଗଛ ଲଗାଇ ଥିଲେ। ଗୋଟିଏ ଜାଗା ଦ୍ୱୀପର ମାନ୍ୟତା ପାଇବାକୁ ହେଲେ ଅତି କମ୍‌ରେ ଏକ ବର୍ଗ ଫୁଟରୁ ଅଧିକ ହୋଇଥିବା ଅବଶ୍ୟକ। ତାହା ଜଳ ଭାଗର ଉପରେ ରହିବା ସହ ସେଠାରେ ଅତି କମରେ ଏକ ଗଛ ଥିବା ଆବଶ୍ୟକ। ‘ବିଶପ୍ ରକ୍’ ପରେ ‘ଜଷ୍ଟ ରୁମ୍‌ ଏନଫ୍’ ଦ୍ୱୀପର ମାନ୍ୟତା ପାଇବାକୁ ସମସ୍ତ ମାନଦଣ୍ଡ ପୂରଣ କରିଛି। ତେଣୁ ଏହା ଏବେ ବିଶ୍ୱର ସବୁଠାରୁ ଛୋଟ ଦ୍ୱୀପର ମାନ୍ୟତା ପାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ