/odishatv-khabar/media/post_attachments/uploadimage/library/16_9/16_9_0/world-tb-day_1626433689.jpg)
world tb day
ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହେଉଛି ବିଶ୍ୱବ୍ୟାପୀ। ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳିତ ହେଉଛି।
ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ " Wanted! Leaders for a TB free World " ଉପରେ ଏକ ବାର୍ତ୍ତା ଦେଇଛନ୍ତି।
Today is #WorldTBDay my SandArt with message " Wanted! Leaders for a TB free World " , at Puri beach of Odisha. pic.twitter.com/OOYUEKjOzK
— Sudarsan Pattnaik (@sudarsansand) 24 March 2018
ସେହିପରି ଶିଳ୍ପୀ ମାନସ ସାହୁ ପୁରୀର ମାନସ ସ୍ୟାଣ୍ଡ୍ ଆର୍ଟ୍ ପାର୍କରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏହା ମାଧ୍ୟମରେ ଯକ୍ଷ୍ମା ମୁକ୍ତ ପୃଥିବୀ ଗଠନ ପାଇଁ ଲୋକଙ୍କୁ ନେତୃତ୍ୱ ନେବାକୁ ଆହ୍ୱାନ କରିଛନ୍ତି ଶିଳ୍ପୀ ମାନସ।
୧୫ ଫୁଟ ଓସାର ଓ ୨୦ ଟନ୍ ବାଲିରେ ନିର୍ମିତ ଏହି କଳାକୃତି ନିର୍ମାଣ ପାଇଁ ମାନସ ଓ ତାଙ୍କ ଛାତ୍ରଛାତ୍ରୀଙ୍କୁ ୭ଘଣ୍ଟା ସମୟ ଲାଗିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)