Advertisment

ଆଜି ବିଶ୍ୱ ପଖାଳ ଦିବସ: ଆମ ପଖାଳ, ଆମର ଗର୍ବ, ଐତିହ୍ୟ, ଆମ ପାଇଁ ଅମୃତ

ଖରାଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ। ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
pakhala

pakhala

ଭୁବନେଶ୍ୱର: ଖରାଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ। ଧୁ ଧୁ ଖରାବେଳେ ତୁଣ୍ଡରେ ପଖାଳ ତୋରାଣି ବାଜିଲେ ଶାନ୍ତି ମିଳେ।

Advertisment

ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ (ୟୁନିଭର୍ସାଲ ପଖାଳ ଡେ) ଭାବେ ପାଳନ କରାଯାଏ।

କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ ।

Advertisment

ଯଦିଓ ପଖାଳ ଓଡ଼ିଆଙ୍କ ନିତିଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ମନେ ପଡ଼ିଥାଏ। ପଖାଳ ସାଙ୍ଗକୁ କିଛି ଭଜା ହେଉ କି ବଡ଼ି ଚୁରା ଆଦି ଖାଇ, ତୋରାଣି ମୁନ୍ଦେ ପିଇଦେଲେ ଆପେ ଆପେ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….। ସାଧାରଣତଃ ଖରାଦିନେ ଲୋକମାନେ ଦହି ପଖାଳ ଖାଇବାକୁ ଭଲ ପାଆନ୍ତି।

ଖଟିଖିଆର ଭାତହାଣ୍ଡିରୁ ଏବେ ସୌଖିନ ହୋଟେଲ ପର୍ଯ୍ୟନ୍ତ ଏବେ ପଖାଳର ଚାହିଦା। ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।

Pakhala Pakhala Dibasa Odia Food Pakhala Pakhala Day Pakhala Dibas
Advertisment
Advertisment