Advertisment

ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧ ଗାଁରେ ଅଭାବନୀୟ ଘଟଣା। ଗାଁ ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ। ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍।  ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗୁଡିକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ୩ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀ […]

author-image
Otv Khabar Bureau
ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ

representational image

ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧ ଗାଁରେ ଅଭାବନୀୟ ଘଟଣା। ଗାଁ ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ।

Advertisment

ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍।  ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗୁଡିକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି।

ତେବେ କେଉଁ ପରିସ୍ଥିତିରେ ଏହି ୩ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀ ଭିତରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା।  ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Advertisment

ଗତକାଲି ରାତିରେ ଦୁଇ ଶିଶୁପୁତ୍ରକୁ ନେଇ ବାଣିତ୍ରୀ ସାହୁକାର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ ତାଙ୍କର ୨ଶିଶୁପୁତ୍ର ଗାଧାଉଥିବା ବେଳେ ପାଣିରେ ବୁଡିଯାଉଥିବା ଦେଖି ମା ବାଣିତ୍ରୀ ଉଭୟଙ୍କୁ ଉଦ୍ଧାର କାରିବା ବେଳେ ନିଜେ ମଧ୍ୟ ପୋଖରୀରେ ବୁଡି ଯାଇଥିବା ଅନୁମାନ କରାଯାଉଥିବା କୁହାଯାଉଛି।

Odisha Gajapati Drown Mother Ans Sons Drown
Advertisment
Advertisment