Advertisment

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା

ରାଉରକେଲା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଅଭିଯୋଗ ଆସିଛି ରାଉରକେଲା କୁଆଁରମୁଣ୍ଡାର ଲତାଖଣ୍ଡି ଗାଁରୁ। ମୃତକ ହେଲେ ଯଶୋଦା ସିଂ। ଗାଁଲୋକଙ୍କ ମାଡରେ ଯଶୋଦାଙ୍କ ସ୍ୱାମୀ ଓ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଡାହାଣୀ ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ କିଛି ଗ୍ରାମବାସୀ ସଂଘବଦ୍ଧ ଭାବେ ଏହି ଆକ୍ରମଣ କରିଥିବା […]

author-image
Otv Khabar Bureau
ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା

woman

ରାଉରକେଲା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଅଭିଯୋଗ ଆସିଛି ରାଉରକେଲା କୁଆଁରମୁଣ୍ଡାର ଲତାଖଣ୍ଡି ଗାଁରୁ। ମୃତକ ହେଲେ ଯଶୋଦା ସିଂ। ଗାଁଲୋକଙ୍କ ମାଡରେ ଯଶୋଦାଙ୍କ ସ୍ୱାମୀ ଓ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଘଟଣାରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଡାହାଣୀ ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ କିଛି ଗ୍ରାମବାସୀ ସଂଘବଦ୍ଧ ଭାବେ ଏହି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।

Advertisment
Advertisment