Advertisment

ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲ୍‌ର ଅପରାଧ ପାଞ୍ଜି ଖୋଲିଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଯେତିକି ଭୟଙ୍କର, ସେତିକି ସାଙ୍ଘାତିକ। ଧୀରେ ଧୀରେ ଅଡ଼ୁଆ ସୁତା ପରି ଜଟିଳ ହୋଇ ପଡ଼ିଥିବା ଏହି ଘଟଣାର ବୁଧବାର ରଫାଦଫା କରିଛି କ୍ରାଇମ୍‌ବ୍ରାଞ୍ଚ। ଭଇଁଷା କଲେଜର ପ୍ରିନ୍‌ସିପାଲ୍ ପଦବୀ ବିବାଦକୁ ନେଇ ପୁଞ୍ଜିଲାଲ୍‌ଙ୍କ ପୁଞ୍ଜିଭୂତ ଅସନ୍ତୋଷ ହିଁ ଅପରାଧର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି। ଅଧ୍ୟାପକ ପୁଞ୍ଜିଲାଲ୍ ମେହେର କିଭଳି ଏକାକୀ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ ତା’ର ପର୍ଦ୍ଦାଫାସ କରିଛି କ୍ରାଇମ୍‌ବ୍ରାଞ୍ଚ। ବିଭିନ୍ନ ସମୟରେ […]

author-image
Otv Khabar Bureau
ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲ୍‌ର ଅପରାଧ ପାଞ୍ଜି ଖୋଲିଲା କ୍ରାଇମ୍‌ବ୍ରାଞ୍ଚ

punjiulal

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଯେତିକି ଭୟଙ୍କର, ସେତିକି ସାଙ୍ଘାତିକ। ଧୀରେ ଧୀରେ ଅଡ଼ୁଆ ସୁତା ପରି ଜଟିଳ ହୋଇ ପଡ଼ିଥିବା ଏହି ଘଟଣାର ବୁଧବାର ରଫାଦଫା କରିଛି କ୍ରାଇମ୍‌ବ୍ରାଞ୍ଚ। ଭଇଁଷା କଲେଜର ପ୍ରିନ୍‌ସିପାଲ୍ ପଦବୀ ବିବାଦକୁ ନେଇ ପୁଞ୍ଜିଲାଲ୍‌ଙ୍କ ପୁଞ୍ଜିଭୂତ ଅସନ୍ତୋଷ ହିଁ ଅପରାଧର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି।

Advertisment

ଅଧ୍ୟାପକ ପୁଞ୍ଜିଲାଲ୍ ମେହେର କିଭଳି ଏକାକୀ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ ତା’ର ପର୍ଦ୍ଦାଫାସ କରିଛି କ୍ରାଇମ୍‌ବ୍ରାଞ୍ଚ। ବିଭିନ୍ନ ସମୟରେ ୟ୍ୟୁଟ୍ୟୁବ୍ ଦେଖି ପୁଞ୍ଜିଲାଲ୍ ବୋମା ତିଆରି କରିବାର କୌଶଳ ଶିଖିଥିଲା। ଦୀପାବଳି ସମୟରେ ୨ କିଲୋ ଓଜନର ବାରୁଦ ସଂଗ୍ରହ କରି ଲିଚୁ ଲାଇଟ୍‌ର ସାମଗ୍ରୀକୁ ବ୍ୟବହାର କରି ତିଆରି କରିଥିଲା ବୋମା। ଯାହାକୁ ସେ ୧୬ ଥର ପରୀକ୍ଷା ମଧ୍ୟ କରିସାରିଥିଲା। ଏହାପରେ ନିଜେ ଏକ ଗିଫ୍ଟ ପ୍ୟାକ୍ଟରେ ବୋମାକୁ ଧରି ବିନା ଟିକଟରେ କଣ୍ଟାବାଞ୍ଜିରୁ ଟ୍ରେନ୍ ଯୋଗେ ରାୟପୁର ଯାଇଥିଲା ପୁଞ୍ଜିଲାଲ୍।publive-image

ସେଠାରେ ପହଞ୍ଚିବା ପରେ ସେ ଏକ ଅଟୋ ଡ୍ରାଇଭରଙ୍କ ସହାୟତାରେ ସ୍କାଏକିଙ୍ଗ୍ କୋରିୟରରେ ଏସ୍.କେ.ସିହ୍ନା ନାମରେ ଏହି ଆତ୍ମଘାତୀ ପାର୍ସଲକୁ ବୁକିଂ କରାଇଥିଲା। ଫେବୃୟାରୀ ୨୩ ତାରିଖରେ ଏହି ପାର୍ସଲ ବୋମା ବିସ୍ଫୋରଣ ପରେ ପୋଲିସ୍ ତଦନ୍ତକୁ ବାଟବଣା କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲା ପୁଞ୍ଜିଲାଲ୍। ଏଥିପାଇଁ ସେ ଏସ୍.କେ.ସିହ୍ନା ନାଁରେ ବଲାଙ୍ଗିର ଏସ୍‌ପିଙ୍କୁ ଏକ ବେନାମୀ ଚିଠି ଲେଖିଥିଲା। ଏହି ଘଟଣା ପଛରେ ପ୍ରେମ ବ୍ୟାପାର ରହିଛି ବୋଲି ସେ ଚିଠିରେ ଦର୍ଶାଥିଲା।

Advertisment

କ୍ରାଇମ୍‌ବ୍ରାଞ୍ଚ ଓ ଏସ୍ଆଇଟି ତଦନ୍ତ ପରେ ସୌମ୍ୟଶେଖରଙ୍କ ମା’ ଅଧ୍ୟକ୍ଷ ପଦବୀକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ମାମଲାର ଖିଅ ଖୋଜିବାରେ ଲାଗି ପଡ଼ିଲା ଏସ୍ଆଇଟି। ଶେଷରେ ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ଏସ୍‌ଆଇଟି ପୁଞ୍ଜିଲାଲ୍ ନିକଟରେ ପହଞ୍ଚିଥିଲା। ଏହାପରେ ଖୋଲିଯାଇଥିଲା ପୁଞ୍ଜିଲାଲ୍‌ର ଅପରାଧ ପାଞ୍ଜି। ତେବେ ଏହି ଘଟଣାରେ ଆହୁରି ଅନେକ ତଦନ୍ତ ବାକି ରହିଛି। ଏଥିପାଇଁ ଗିରଫ ପୁଞ୍ଜିଲାଲ୍‌କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମ୍‌ବ୍ରାଞ୍ଚ।

Advertisment
Advertisment