Advertisment

ଶୋଷରେ ଆଉଟୁ ପାଉଟୁ ବଣ୍ଡା ଜନଜାତି

ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ପାଣି ସମସ୍ୟା। ଖରାଦିନେ ଏବେ ଉତ୍କଟ ହୋଇଛି ଜଳକଷ୍ଟ। ଘାଟିରେ ପ୍ରତି ଗାଁରେ ନଳକୂଅ ଥିଲେ ବି ଅଧିକାଂଶ ଅଚଳ। ଏପରିସ୍ଥଳେ ଝରଣା, ଚୁଆ ଓ କୋରଡ଼ ପାଣି ହିଁ ବଣ୍ଡା ଆଦିବାସୀଙ୍କ ଜୀବନ ବଞ୍ଚାଉଛି। ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା। ଧୁ ଧୁ ଖରାରେ ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ପାଣି ଗରାଟେ ଲାଗି ସଂଘର୍ଷ କରୁଛନ୍ତି ବଣ୍ଡା ଆଦିବାସୀ। ମାଲକାନଗିରି ବଣ୍ଡା ଘାଟି ଅନ୍ତର୍ଗତ ଦାନ୍ତିପଡ଼ା […]

author-image
Otv Khabar Bureau
ଶୋଷରେ ଆଉଟୁ ପାଉଟୁ ବଣ୍ଡା ଜନଜାତି

water problem

ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ପାଣି ସମସ୍ୟା। ଖରାଦିନେ ଏବେ ଉତ୍କଟ ହୋଇଛି ଜଳକଷ୍ଟ। ଘାଟିରେ ପ୍ରତି ଗାଁରେ ନଳକୂଅ ଥିଲେ ବି ଅଧିକାଂଶ ଅଚଳ। ଏପରିସ୍ଥଳେ ଝରଣା, ଚୁଆ ଓ କୋରଡ଼ ପାଣି ହିଁ ବଣ୍ଡା ଆଦିବାସୀଙ୍କ ଜୀବନ ବଞ୍ଚାଉଛି।

Advertisment

ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା। ଧୁ ଧୁ ଖରାରେ ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ପାଣି ଗରାଟେ ଲାଗି ସଂଘର୍ଷ କରୁଛନ୍ତି ବଣ୍ଡା ଆଦିବାସୀ।

ମାଲକାନଗିରି ବଣ୍ଡା ଘାଟି ଅନ୍ତର୍ଗତ ଦାନ୍ତିପଡ଼ା ଗାଁରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ। ଗାଁର ୬୫୦ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ। ଏହା ସବୁ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନି। ଏଥିପାଇଁ ଦୈନିକ ଏମିତି ଦୂର ଦୂରାନ୍ତକୁ ଯାଇ ଝରଣା ଓ କୋରଡ଼ରୁ ପାଣି ସଂଗ୍ରହ କରୁଛନ୍ତି ବଣ୍ଡା ଆଦିବାସୀ। ପିଇବା ପାଣି ସହ ଅନ୍ୟ ଆବଶ୍ୟକତା ପୂରଣ ଲାଗି ବି ଏଠାକୁ ହିଁ ଆସିବାକୁ ପଡୁଛି।

Advertisment

ଦାନ୍ତିପଡ଼ାବାସୀଙ୍କ ଅଭିଯୋଗ ଯେ, ସେମାନେ ଗାଁରେ ଅଧିକ ନଳକୂଅ ବସାଇବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ହେଲେ ପ୍ରଶାସନ ସେମାନଙ୍କ ଦାବି ପୂରଣ କରୁନି। ସେପଟେ ସମସ୍ୟା ସମ୍ପର୍କରେ ମାଲକାନଗିରି ଜଳ ପରିମଳ ବିଭାଗର ଅଧିକାରୀ କହିଛନ୍ତି ଘାଟି ଅଞ୍ଚଳରେ ଥିବା ଏହି ଗାଁକୁ ରାସ୍ତା ନ ଥିବାରୁ ମେସିନ୍ ଯୋଗେ ନଳକୂଅ ଖୋଳିବା ସମ୍ଭବ ହେଉନି। ତେଣୁ ଏଠାରେ ଅଧିକ ସଂଖ୍ୟାରେ ପରିମଳ କୂଅ ଖୋଳିବାକୁ ଗୁରୁତ୍ୱ ଦେଉଛି ବିଭାଗ।

ବଣ୍ଡା ଘାଟିର ଇଏ ଗୋଟିଏ ନୁହେଁ, ପୁରା ୩୨ ଗାଁରେ ବି ସମାନ ଜଳକଷ୍ଟ ଭୋଗୁଛନ୍ତି ପ୍ରାୟ ୮ ହଜାର ବଣ୍ଡା ଆଦିବାସୀ। ତେବେ ପାହାଡ଼ି ଝରଣା ଯୋଗଁ ସେମାନଙ୍କ ଜୀବନ ବଞ୍ଚି ଯାଉଛି।

ଦେଖନ୍ତୁ ଏହି ଭିଡ଼ିଓ-

Malkangiri
Advertisment
Advertisment