Advertisment

ଟ୍ରେନ୍‌ ଟଏଲେଟ୍‌ ପାଣିରେ ଚା ଓ କଫି ! ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ୍‌: ରେଳ ଷ୍ଟେସନ୍‌ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍‌। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ। କାରଣ, ଟ୍ରେନ୍‌ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି ମିଶା ଯାଇଥିବା ଘଟଣା ସମ୍ନାକୁ ଆସିଛି। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ  ଏମିତି  ଏକ ଧାରଣା  ଲୋକଙ୍କ ମନରେ […]

author-image
Otv Khabar Bureau
ଟ୍ରେନ୍‌ ଟଏଲେଟ୍‌ ପାଣିରେ ଚା ଓ କଫି ! ଭିଡ଼ିଓ ଭାଇରାଲ

Water From Train Toilet Used In Tea Cans

ହାଇଦ୍ରାବାଦ୍‌: ରେଳ ଷ୍ଟେସନ୍‌ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍‌। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ।

Advertisment

କାରଣ, ଟ୍ରେନ୍‌ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି ମିଶା ଯାଇଥିବା ଘଟଣା ସମ୍ନାକୁ ଆସିଛି। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ  ଏମିତି  ଏକ ଧାରଣା  ଲୋକଙ୍କ ମନରେ ସୃଷ୍ଟି ହୋଇଛି।

ଆପଣ ଦେଖୁଥିବା ଏହି ଭିଡ଼ିଓ ଚେନ୍ନାଇ ସେଣ୍ଟାଲ-ହାଇଦ୍ରାବାଦ ଚାର୍‌ମିନାର ଏକ୍ସପ୍ରେସ୍‌ର। ଯେଉଁଠି ଟଏଲେଟ୍ ପାଣି ଚା’ କ୍ୟାଟିଲ୍‌ରେ ମିଶାଉଥିବାର ଜଣାପଡ଼ୁଛି। ଚା’ ବିକାଳି ହାତରେ  ଚା’  ଓ କଫିର କ୍ୟାଟିଲ ଧରି ଶୌଚାଳୟରୁ ପାଣି ନେଇ ଆସୁଥିବା ଭିଡ଼ିଓରୁ ଜଣାପଡ଼ୁଛି। ୨ଜଣ ଚା’ ଭେଣ୍ଡରଙ୍କ ଏହି ଚତୁରତା କାରନାମା ମୋବାଇଲ୍ କ୍ୟାମେରାରେ କଏଦ ହୋଇଛି।

Advertisment

ଏହି ଘଟଣାଟି ଗତବର୍ଷ ଡିସେମ୍ବର ମାସରେ ଘଟିଥିଲା ବୋଲି ଜଣାପଡ଼ିଛି।

ତେବେ ଏସମସ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ତତ୍ପରତା ଦେଖାଇଛି ରେଳ ବିଭାଗ। ଟ୍ରେନ୍‌ରେ ଭେଣ୍ଡିଂ କଣ୍ଟ୍ରାକ୍ଟର ପି ଶିବ ପ୍ରସାଦଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି।

ଅନ୍ୟପକ୍ଷରେ,ଏହି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ତ୍ରୀବ ଅସନ୍ତୋଷ ଦେଖାଦେବା ସହ ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ପାନୀୟକୁ ନେଇ ଏବେ ଛିଡ଼ା ହୋଇଛି ପ୍ରଶ୍ନ।

Railways Train
Advertisment
Advertisment