Advertisment

ଦୋକାନ ଉପରେ ମାଡ଼ିଗଲା ଟ୍ରକ୍‌

ଅନୁଗୁଳ: ଅନୁଗୁଳ ଠାକୁରଗଡ଼ ସାନହୁଲାରେ ଏକ ଦୋକାନ ଉପରେ ଟ୍ରକ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି।  ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେଲର ବଇଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଯାଉଥିଲା। ଟ୍ରେଲରଟି ଭାରସାମ୍ୟ ହରାଇ ସାନହୁଲା ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଦୋକାନ ଘର ଉପରକୁ ମାଡି ଯାଇ ଓଲଟି ପଡିଥିଲା। ଫଳରେ ଦୋକାନ ଘର ଭାଙ୍ଗିବା ସହ ପାଖରେ ଥିବା ଏକ ଅଟୋ ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣାସ୍ଥଳରେ ୬ରୁ ୭ଜଣ […]

author-image
Otv Khabar Bureau
ଦୋକାନ ଉପରେ ମାଡ଼ିଗଲା ଟ୍ରକ୍‌

accident

ଅନୁଗୁଳ: ଅନୁଗୁଳ ଠାକୁରଗଡ଼ ସାନହୁଲାରେ ଏକ ଦୋକାନ ଉପରେ ଟ୍ରକ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି।  ୨ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେଲର ବଇଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଯାଉଥିଲା। ଟ୍ରେଲରଟି ଭାରସାମ୍ୟ ହରାଇ ସାନହୁଲା ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଦୋକାନ ଘର ଉପରକୁ ମାଡି ଯାଇ ଓଲଟି ପଡିଥିଲା।

ଫଳରେ ଦୋକାନ ଘର ଭାଙ୍ଗିବା ସହ ପାଖରେ ଥିବା ଏକ ଅଟୋ ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣାସ୍ଥଳରେ ୬ରୁ ୭ଜଣ ଲୋକେ ଭୋଜି କରୁଥିବାବେଳେ ଏହି ଅଘଟଣ ଘଟିଥିଲା।

Advertisment

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବଇଣ୍ଡା-ଆଠମଲ୍ଲିକ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Odisha Angul
Advertisment
Advertisment